ଆଠ ବର୍ଷରେ କେନ୍ଦ୍ରର ନିଯୁକ୍ତି: ୨୨ କୋଟି ଆବେଦନ, ୭ ଲକ୍ଷଙ୍କୁ ଚାକିରି

ନୂଆଦିଲ୍ଲୀ : ଗତ ୮ ବର୍ଷରେ ସରକାରୀ ଚାକିରି ପାଇଁ ୨୨.୦୫ କୋଟି ଆବେଦନ କରାଯାଇଥିବାବେଳେ ମାତ୍ର ୭.୨୨ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦରେ ଏହି ସୂଚନା ଦିଆଯାଇଛି।ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ୨୦୧୪-୧୫ରୁ ୨୦୨୧-୨୨ (୮ବର୍ଷ) ମଧ୍ୟରେ ୨୨, ୦୫, ୯୯, ୨୩୮ ଆଶାୟୀ କେନ୍ଦ୍ର ସରକାରରେ ଚାକିରି ପାଇଁ ଆବେଦନ କରିଥିଲେ। ଏମାନଙ୍କ ମଧ୍ୟରୁ ମାତ୍ର ୭, ୨୨, ୩୧୧ ଙ୍କୁ ସରକାରୀ ଚାକିରି ମିଳିଛି। ସରକାର ନିଯୁକ୍ତି ସୁଯୋଗ ସୃଷ୍ଟିକୁ ପ୍ରାଧାନ୍ୟ ଦେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଏଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ମଧ୍ୟ ଉଲ୍ଲେଖ କରିଛନ୍ତି। ସୂଚନା ଅନୁଯାୟୀ ୨୦୨୧-୨୨ରେ ୧, ୮୬, ୭୧, ୧୨୧ ଆବେଦନ କରାଯାଇଥିବାବେଳେ ମାତ୍ର ୩୮, ୮୫୦ ଜଣ ଚାକିରି ପାଇଥିଲେ। ସେହିପରି ୨୦୨୦-୨୧ରେ ୧, ୮୦, ୦୧, ୪୬୯ ଆବେଦନ ଏବଂ ୭୮, ୫୫୫ ନିଯୁକ୍ତି, ୨୦୧୯-୨୦ରେ ୧, ୭୮, ୩୯, ୭୫୨ ଆବେଦନ ଏବଂ ୧, ୪୭, ୦୯୬ ନିଯୁକ୍ତି, ୨୦୧୮-୧୯ରେ ୫, ୦୯, ୩୬, ୪୭୯ ଆବେଦନ ଏବଂ ୩୮, ୧୦୦ ନିଯୁକ୍ତି, ୨୦୧୭-୧୮ରେ ୩, ୯୪, ୭୬, ୮୭୮ ଆବେଦନ ଏବଂ ୭୬, ୧୪୭ ନିଯୁକ୍ତି, ୨୦୧୬-୧୭ରେ ୨, ୨୮, ୯୯, ୬୧୨ ଆବେଦନ ଏବଂ ୧,୦୧, ୩୩୩ ନିଯୁକ୍ତି, ୨୦୧୫-୧୬ରେ ୨,୯୫, ୫୧, ୮୪୪ ଆବେଦନ ଏବଂ ୧, ୧୧, ୮୦୭ ନିଯୁକ୍ତି, ୨୦୧୪-୧୫ରେ ୨,୩୨, ୨୨, ୦୮୩ ଆବେଦନ କରିଥିବାବେଳେ ୧, ୩୦, ୪୨୩ ନିଯୁକ୍ତି ପାଇଥିଲେ।

Spread the love