କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତ : ଏଣିକି ପିଡିଏସ ସାମଗ୍ରୀ ବଣ୍ଟନ ବେଳେ ଦିଆଯିବ ଅଲଗା ଅଲଗା ରସିଦ

ଚାଉଳକୁ ନେଇ ରାଜନୀତି ଜାରି ରହିଥିବା ବେଳେ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ସବୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରାଳୟ । ଚାଉଳ ଓ ଗହମ ଦେବା ସମୟରେ ନ୍ୟାସନାଲ ଫୁଡ ସିକ୍ୟୁରିଟି ଆକ୍ଟ ବା ଏନଏଫଏସଏ ଲେଖାଥିବା ପ୍ରିଣ୍ଟ ଲୋକଙ୍କୁ ଦେବାକୁ ପଡ଼ିବ । ଏହା ସହ ଏହି ଚାଉଳ ଓ ଗହମ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି ବୋଲି ଏଥିରେ ଦର୍ଶାଇବାକୁ ପଡ଼ିବ । ଜାତୀୟ ଖାଦ୍ୟ ସୁରକ୍ଷା ଯାଜନା ପାଇଁ ଅଲଗା ରସିଦ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ଅଲଗା ରିସିପ୍ଟ ରହିବ । ତେବେ ଏହା କିପରି କରାଯିବ ସେନେଇ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଜଣାଇବେ । ଉଭୟ ଯୋଜନା ପାଇଁ ଅଲଗା ଅଲଗା ବାୟୋ ମେଟ୍ରିକ ମେସିନର ମଧ୍ୟ ବ୍ୟବସ୍ଥା କରାଯିବ । ଏନଇ ଆଇଟି ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ କୁହାଯାଇଛି । ଚିଠିରେ ଲେଖାଯାଇଛି ଯେ, ଡିଲର ଅଧିକ କ୍ରିୟାଶୀଳ ହୁଅନ୍ତୁ । ହିତାଧିକାରୀଙ୍କୁ ଅଧିକ ଭଲ ଭାବେ ଓ ସ୍ୱଛତାର ସହ ଚାଉଳ ଓ ଗହମ ବଂଟନ କରିବା ପାଇଁ ଏପରି ପଦକ୍ଷପ ନିଆଯାଉଥିବା ବିଜେପି କହିଛି ।

Spread the love