ଆସନ୍ତା ୧୯ରେ ୩ ଦିନିଆ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ନବ

ଭୁବନେଶ୍ୱର : ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’କୁ ପାଥେୟ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ନିଜ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ କରିଛନ୍ତି। ବର୍ତମାନ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସମସ୍ତ ରାଜ୍ୟର ପ୍ରତିନିଧି ଓ ସଂପ୍ରଦାୟର ପ୍ରତିନିଧି ସ୍ଥାନ ପାଇଛନ୍ତି। ନୂତନ ଭାବେ ସଂସଦୀୟ କ୍ଷେତ୍ରକୁଯାଇ ଜନ ଆଶୀର୍ବାଦ କେନ୍ଦ୍ରମନ୍ତ୍ରୀମାନେ ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରି ଜନକଲ୍ୟାଣ ଯୋଜନା ସଂପର୍କରେ ସାଧାରଣ ଲୋକଙ୍କୁ ଅବଗତ ମଧ୍ୟ କରିବେ ବୋଲି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଶୂଚନା ଦେଇ କହିଛନ୍ତି ।  ଜନଆଶୀର୍ବାଦ ଯାତ୍ରା ଅବସରରେ ଓଡିଶାକୁ ୨ ଜଣ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଏବଂ  ୧୯ ତାରିଖ ଦିନ ୩ ଦିନିଆ ଗସ୍ତରେ ଆସୁଛନ୍ତି । ପୁରୀ ଗସ୍ତ କରି ପ୍ରଭୁ  ଜଗନ୍ନାଥଙ୍କୁ ଦର୍ଶନ କରିବେ । ଏହାପରେ ଭୂବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ  ଯୋଗଦେବେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱନୀ ବୈଷ୍ନବ ୧୯ ତାରିଖ ସଂଧ୍ୟାରେ ରେଳ ଯୋଗେ ରାୟଗଡା ଗସ୍ତ କରିବେ । ୨୦ ତାରିଖ ସକାଳୁ କେନ୍ଦ୍ରମନ୍ତ୍ରୀ ବୈଷ୍ନବ କୋରାପୁଟ ଗସ୍ତକରି ରାତ୍ରଯାପନ କରିବେ। ୨୧ ତାରିଖରେ ଜୟପୁର, ନବରଙ୍ଗପୁର , ଭବାନୀପାଟଣାରେ ରାତ୍ରଯାପନ କରିବେ। ୨୨ ତାରିଖ ଦେଇ ବଲାଙ୍ଗୀରଠାରେ ପହଂଚିବେ । ୨୨ ତାରିଖ ସଂଧ୍ୟାରେ  ବୈଷ୍ନବ ବଲାଙ୍ଗୀରରୁ ଭୂବନେଶ୍ୱର କରିବେ ।

Spread the love