କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର, କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ଘର ତିଆରି ପାଇଁ ନେଉଥିବା ହୋମ୍ ଲୋନ୍ ବା ହାଉସ୍ ବିଲଡିଂ ଆଡଭାନ୍ସ (ଏଚବିଏ) ସୁଧ  ହ୍ରାସ କରିଛନ୍ତି । ହାଉସ୍ ବିଲଡିଂ ଲୋନର ସୁଧ ହାରକୁ ୭.୯ରୁ ହ୍ରାସ କରି ୭.୧ ପ୍ରତିଶତ କରିଛନ୍ତି।

ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏପ୍ରିଲ ୧, ୨୦୨୨ ରେ ଜାରି କରାଯାଇଥିବା ଏକ ଅଫିସ ମେମୋରେଣ୍ଡମରେ, ୨୦୨୨-୨୩ ଆର୍ଥିକ ବର୍ଷରେ ଜଣେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଗୃହ ନିର୍ମାଣ ଅଗ୍ରୀମ ସୁଧ ହାର ୭.୧ ପ୍ରତିଶତ ହେବ । କର୍ମଚାରୀଙ୍କ ପାଇଁ ହାଉସ୍ ବିଲଡିଂ ଆଡଭାନ୍ସ (ଏଚବିଏ) ଉପରେ କେନ୍ଦ୍ର ସରକାର ରିଲିଫ ଘୋଷଣା କରିଛନ୍ତି। ତେବେ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ ହାଉସ୍ ବିଲଡିଂ ଆଡଭାନ୍ସ ୭.୯ପ୍ରତିଶତ ସାଧାରଣ ସୁଧରେ ଉପଲବ୍ଧ ଥିଲା । ତେଣୁ ମନ୍ତ୍ରଣାଳୟ ଦ୍ୱାରା ଘୋଷିତ ସଦ୍ୟତମ ହାଉସ୍ ବିଲଡିଂ ଆଡଭାନ୍ସ ଉପରେ କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ରିଲିଫ୍ ଦିଆଯାଇଛି । ଏଫଆଇ୨୩ରେ ୮୦ ବିପିଏସ ହ୍ରାସ ଘଟିଛି । ସୂଚନାଯୋଗ୍ୟ ଯେ, ସରକାର ନିଜ କର୍ମଚାରୀଙ୍କୁ ହାଉସ୍ ବିଲଡିଂ ଆଡଭାନ୍ସୁ ଦିଅନ୍ତି ଏବଂ ଏଥିରେ କର୍ମଚାରୀ ଘର ତିଆରି ପାଇଁ ଆଡଭାନ୍ସ ନେଇଥାନ୍ତି । ଏହି ଯୋଜନା ୧ ଅକ୍ଟୋବର ୨୦୨୦ରୁ ଆରମ୍ଭ ହୋଇଥିଲା ।

Spread the love