୩ଦିନିଆ ଯାଜପୁର ଗସ୍ତରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ

ଯାଜପୁର ୦୯/୦୯: କେନ୍ଦ୍ର ଜନଜାତି କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଯାଜପୁରକୁ ୩ ଦିନିଆ ଗସ୍ତରେ  ଆସିଛନ୍ତି। ଜିଲ୍ଲାର ବରୁଆଁରେ କେନ୍ଦ୍ରମନ୍ତ୍ରୀଙ୍କୁ ଜିଲ୍ଲା ବିଜେପି ସଭାପତି ଗୌତମ ରାୟଙ୍କ ନେତୃତ୍ୱରେ ସମ୍ବର୍ଦ୍ଧିତ କରାଯାଇଛି। ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ଏସପି ରାହୁଲ ପି ଆର ସ୍ୱାଗତ କରିଥିଲେ। ଏହା ପରେ କେନ୍ଦ୍ରମନ୍ତ୍ରୀ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କୁ ଦର୍ଶନ କରିଥିଲେ। ସେଠାରୁ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସରକାରୀ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆସିଥିବା ବିଭିନ୍ନ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ସେନେଇ ମନ୍ତ୍ରୀ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ ସହିତ ଅନ୍ୟ ସମସ୍ତ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

Spread the love