୫ଟାରେ କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ହେବ ବୈଠକ

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ହେବ ବୈଠକ। ଆଜି ସନ୍ଧ୍ୟା ୫ଟାରେ ଭିଡିଓ କନଫରେନ୍ସ କରି କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର ବୈଠକ କରିବେ ବୋଲି ଜଣା ପଡ଼ିଛି। ପଶ୍ଚିମବଙ୍ଗରେ ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କ ଗାଡ଼ି ଉପରେ ହୋଇଥିବା ଆକ୍ରମଣକୁ ନେଇ ମମତା ବାନାର୍ଜୀ ଓ କେନ୍ଦ୍ର ସରକାର ମୁହାଁମୁହିଁ ହୋଇଥିବା ‌ବେଳେ ଏହି ବୈଠକ ହେଉଥିବା ନେଇ ଖବର ଆସିଛି।

କେନ୍ଦ୍ର ସରକାରଙ୍କୁ ରିପୋର୍ଟ କରିବା ଲାଗି ପଶ୍ଚିମବଙ୍ଗର ତିନିଜଣ ଆଇପିଏସ୍‌ ଅଧିକାରୀଙ୍କୁ ପୁଣି ଥରେ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ସମନ୍‌ କରିବା ପ‌ରେ କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ସନ୍ଧ୍ୟା ୫ଟା ସୁଦ୍ଧା ୩ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନ୍‌ରେ ପହଞ୍ଚିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବା ପ‌ରେ ଏ ନେଇ ଆଲୋଚନା କରିବାକୁ ବୈଠକ ଡ଼କାଯାଇଥିବା ନେଇ ଚର୍ଚ୍ଚା ହେଉଛି। ଆଜି ସନ୍ଧ୍ୟାରେ ୩ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନ୍‌ କୁ ପଠାଯିବ କି ନାହିଁ, ତାହା ସ୍ପଷ୍ଟ ହେବ।

ଉଲ୍ଲେଖଯୋଗ୍ୟ,  ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କ ଗାଡ଼ି ଉପରକୁ ଆକ୍ରମଣ ହେବା ସମୟରେ ନିରାପତ୍ତା ଦାୟିତ୍ୱରେ ତିନି ଆଇପିଏସ୍‌ ଅଧିକାରୀ ଥିଲେ। ଏହି ଘଟଣା ‌ପରେ କେନ୍ଦ୍ର ସରକାର ୩ଜଣ ଆଇପିଏସ୍‌ ଅଧିକାରୀଙ୍କୁ ତୁରନ୍ତ କେନ୍ଦ୍ରୀୟ ଡେପୁଟେସନ୍‌ ରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରର ଏହି ନିଷ୍ପତ୍ତିକୁ ବିରୋଧ କରି ୩ ଜଣଙ୍କୁ କେନ୍ଦ୍ରୀୟ ଡେପୁଟେସନ୍‌ ରେ ପଠାଇବାକୁ ମନା କରିଦେଇଥିଲେ। ହେଲେ ଗତକାଲି ପୁଣି ଥରେ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ସମନ୍‌ ପଠାଇ ୩ ଆଇପିଏସ୍‌ ଅଧିକାରୀଙ୍କୁ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଯୋଗ ଦେବାକୁ କହିଛନ୍ତି। ବୈଠକ ପରେ ୩ ଆଇପିଏସ୍‌ ଅଧିକାରୀ କେନ୍ଦ୍ରୀୟ ଡେପୁଟେସନ୍‌ କୁ ଯିବେ କି ନାହିଁ, ସ୍ପଷ୍ଟ ହେବ।

Spread the love