ମାଗଣା ଚାଉଳ ମୋଦୀ ଦେଉଥିବା କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ; ହିସାବ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ବଦଳିଲା ଚାଉଳ ରାଜନୀତି । ମାଗଣା ଚାଉଳ ମୋଦୀ ଦେଉଥିବା କହିଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ନୂଆବର୍ଷ ଅବ୍ୟବହିତ ପୂର୍ବରୁ ଦେଶରେ ୮୧କୋଟି ୩୫ ଲକ୍ଷ ଲୋକଙ୍କୁ ମାଗଣାରେ ମାସକୁ ୫କେଜି ଚାଉଳ ଦେବା ପାଇଁ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ଏହା ଫଳରେ ଓଡ଼ିଶାର ୩କୋଟି ୨୬ ଲକ୍ଷ ଲୋକ ଉପକୃତ ହେବେ । ପୂର୍ବରୁ ଏହି ହିତାଧିକାରୀ କିଲୋ ପିଛା ୧ଟଙ୍କାରେ ଚାଉଳ କିଣୁଥିଲେ । କିଲେ ଚାଉଳରେ ଦୁଇ ଟଙ୍କା ଦେଉଥିଲେ ରାଜ୍ୟ ସରକାର । ତେଣୁ ରାଜ୍ୟ ସରକାରଙ୍କ ୨ଟଙ୍କାର ଯୋଗଦାନକୁ ମୋଦୀ ଶେଷ କରିଦେଇଥିବାରୁ ରାଜ୍ୟ ଆଉ ଶ୍ରେୟ ନେଇପାରିବନି ବୋଲି କହିଛନ୍ତି କେନ୍ଦ୍ରମନନ୍ତ୍ରୀ ଅଶି୍ୱନି ବୈଷ୍ଣବ । ଖାଦ୍ୟ ସୁରକ୍ଷା ଯୋଜାନରେ ମାଗଣା ଚାଉଳର ହିସାବ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କହିଲେ, ଓଡ଼ିଶାରେ ୩କୋଟି ୨୫ ଲକ୍ଷ ଲୋକ ପାଉଛନ୍ତି ସୁବିଧା । ଏଥିରୁ କେନ୍ଦ୍ର ଦେଉଛି ୧ ଲକ୍ଷ ୮୭ ହଜାର ମେଟ୍ରିକ ଟନ ଚାଉଳ । ବର୍ତମାନ କେଜି ପିଛା ୩୭ ଟଙ୍କା ୮୮ ପଇସା ଖର୍ଚ୍ଚ ହେଉଛି । ଏଥିପାଇଁ ମାସିକ ୭ଶହ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବର୍ଷକୁ ୮୪ଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କେନ୍ଦ୍ର ସରକାର । ଏପରିକି କମ୍ପୁଟର, ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ସହଯୋଗ କରିଛନ୍ତି । ରାଜ୍ୟ ସରକାର ୯ ଲକ୍ଷ ହିତାଧିକାରୀଙ୍କ କଥା କହୁଛନ୍ତି ହୁଏତ ସେତିକି ବି ଦେଉନାହାନ୍ତି । ମୋଦି ଦେଉଥିବା ଚାଉଳକୁ ଗଡ଼ବଡ଼ ନକରି ସଠିକ୍ ହିତାଧିକାରୀଙ୍କ ପାଖରେ ପହଂଚାଯାଉ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Spread the love