ବିଶାଖାପାଟଣା ଗ୍ୟାସ୍‌ ଲିକ୍‌ ମାମଲା: ସିଇଓ, ନିର୍ଦ୍ଦେଶକଙ୍କ ସମେତ ୧୨ ଗିରଫ

ବହୁ ଚର୍ଚ୍ଚିତ ବିଶାଖାପାଟଣା ଷ୍ଟାଇରିନ୍‌ ଗ୍ୟାସ୍‌ ଲିକ୍‌ ମାମଲାରେ ପୋଲିସ ହାତରେ ଧରା ପଡ଼ିଲେ ଘଟଣା ପଛର ମୁଖ୍ୟ ଖଳନାୟକମାନେ । ଏଲ୍‌ଜି ପଲିମରର ସିଇଓ, ଦୁଇ ନିର୍ଦ୍ଦେଶକଙ୍କ ସମେତ ସମୁଦାୟ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣାର ତଦନ୍ତ ପାଇଁ ଗଠିତ ହୋଇଥିବା ସ୍ୱତନ୍ତ୍ର କମିଟି ଏହାର ରିପୋର୍ଟ ମୁଖ୍ୟମନ୍ତ୍ରୀ ଏସ୍‌ ଜଗନ ମୋହନ ରେଡ୍ଡିଙ୍କ ନିକଟରେ ଇତିମଧ୍ୟରେ ଦାଖଲ କରିଛନ୍ତି । ଅଭିକୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ପୀଡିତମାନଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ।

Spread the love