ସରକାରୀ କର୍ମଚାରୀଙ୍କୁ ହାତବାରିସ କରିଛି ଶାସକ ଦଳ : ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର, ତା.୨୮/୧୧: ବିଜୁ ଜନତା ଦଳ ଶାସନ କଳର ଅପବ୍ୟବହାର କରି ନିର୍ବାଚନ ବୈତରଣୀ ପାରି ହେବାକୁ ଅନବରତ ପ୍ରଚେଷ୍ଟା ଜାରୀ ରଖିଛି । ପୋଲିସ ଓ ପ୍ରଶାସନକୁ ମଧ୍ୟ ବ୍ୟବହାର କରି ହିଂସାକାଣ୍ଡ ଭିଆଇବାକୁ ପଛାଉନାହିଁ । ପଦ୍ମପୁର ଉପନିର୍ବାଚନ ଜିତିବା ଲାଳଶାରେର ଶାସକ ଦଳର ମନ୍ତ୍ରୀ, ବିଧାୟକ ଓ ନେତାମାନେ ହିଂସ୍ର ପାଲଟି ଯାଇଛନ୍ତି । ଶାସକ ବିଜେଡିର ନେତା ଓ ମନ୍ତ୍ରୀଙ୍କ କାରଣରୁ ପଦ୍ମପୁର ନିର୍ବାଚନମଣ୍ଡଳୀର ଲୋକେ ଅସୁରକ୍ଷିତ ମଣୁଛନ୍ତି । ଗତ ୨୭ତାରିଖ ଦିନ କେନ୍ଦ୍ରମନ୍ତ୍ରୀ ପ୍ରଚାର କରୁଥିବାବେଳେ ଜଣେ କାର୍ଯ୍ୟରତ ପୋଲିସ କର୍ମଚାରୀ ଲୁଚି ଲୁଚି ଭିଡିଓ ସୁଟିଂ କରୁଥିଲେ । ଏତିକି ବେଳେ କେନ୍ଦ୍ରମନ୍ତ୍ରୀଙ୍କ ସୁରକ୍ଷାକର୍ମୀ ଓ ବିଜେପି କର୍ମୀ ପଚାରିବାରୁ ପୋଲିସ ଜଣକ ମୋବାଇଲ ଓ ଆଇକାର୍ଡ ଫିଙ୍ଗି ଛୁ ମାରିଥିଲେ । ଏହାପରେ କେନ୍ଦ୍ରମନ୍ତ୍ରୀଙ୍କ ସୁରକ୍ଷା କର୍ମୀମାନେ ଆଇକାର୍ଡକୁ ଯାଂଚ କରି ଜାଣିଥିଲେ ଯେ, ସେ ଜଣେ ସିଆଇଡି ଅଫିସର । ତାଙ୍କ ଆଇକାର୍ଡରେ ଭୋଜରାଜ ଦାଶଙ୍କ ନାମ ଲେଖା ହୋଇଥିଲା । ଶ୍ରୀ ଦାଶ ଅନୈତିକ କାର୍ଯ୍ୟ ପାଇଁ ବିଜେପିର ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ସିଇଓଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି ।
ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ପଦ୍ମପୁର ଥାନାରେ ବିଜେପି କାର୍ଯ୍ୟକର୍ତାଙ୍କ ପକ୍ଷରୁ ଏଫଆଇଆର ମଧ୍ୟ ରୁଜୁ କରାଯାଇଛି । ସ୍ଥାନୀୟ ପୋଲିସ ଓ ପ୍ରଶାସନ ବିଜୁ ଜନତା ଦଳର ଇଙ୍ଗିତରେ କାର୍ଯ୍ୟ କରୁଛି । ଗତ ୨୬ତାରିଖ ଦିନ ବିଜୁ ଜନତା ଦଳର ନେତାମାନେ ଭାରତୀୟ ଜନତା ପାର୍ଟିର ଲୋକଙ୍କୁ ମରଣାନ୍ତ୍ରକ ଆକ୍ରମଣ କରିଥିଲେ । ଏନେଇ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା । ପୁନଃର୍ବାର ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀଙ୍କ ପ୍ରାଇଭେଟ ରୁମ୍‌ର ଫଟୋ ଓ ଭିଡିଓ ଉତୋଳନ କରିବା କାହା ସ୍ୱାର୍ଥରେ । ଏହା ଆଦର୍ଶ ଆଚରଣ ବିଧିକୁ ଖୋଲାଖୋଲି ଉଲଘଂନ କରିଛନ୍ତି । ଏହାପଛରେ ବଡ ବଡ ଅଫିସରଙ୍କ ହାତଥିବା ବିଜେପି ସନ୍ଦେହ ପ୍ରକାଶ କରୁଛି ଏବଂ ଏଭଳି ପୋଲିସ ଅଧିକାରୀଙ୍କ ମାତ୍ରାଧିକ କାର୍ଯ୍ୟ ପଛରେ ବରଗଡ ଏସ୍‌ପିଙ୍କ ହାତଥିବା ସନ୍ଦେହ କରିଛି ବିଜେପି । ତେଣୁ ତୁରନ୍ତ ଏସ୍‌ପିଙ୍କୁ ଅନ୍ୟତ୍ର ବଦଳି କରାଯିବାକୁ ବିଜେପି ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦୃଢ଼ ଦାବି କରିଛି ବିଜେପି । ମୁକ୍ତ ଓ ଅବାଧ ନିର୍ବାଚନ କରିବା ପାଇଁ ଏଭଳି ଶାସକ ଦଳର ହାତବାରସ ସାଜିଥିବା ଅଫିସରମାନଙ୍କୁ ତୁରନ୍ତ ବଦଳି ନକଲେ ବିଜେପି ଆନ୍ଦୋଳନ ପଥ ଗ୍ରହଣ କରିବ ବୋଲି ଶ୍ରୀ ବକ୍ସପାତ୍ର ଜଣାଇଛନ୍ତି ।
ସେହିପରି ଫରେଷ୍ଟ ଡିଭିଜନ ପଦ୍ମପୁରର ବିବି ବେହେରା (ଓଏଫଏସ୍‌) ସରକାରୀ ଦଳର ହାତବାରିସ ସାଜି ଚୁଡାମଣି ପାଣିଗ୍ରାହୀ ନାମକ ଅସ୍ଥାୟୀ କର୍ମଚାରୀଙ୍କୁ ବିନା କାରଣରେ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ସେ ପୂର୍ବରୁ ବିଜେଡିର କିଛି କର୍ମଚାରୀଙ୍କ ବିରୋଧରେ ସ୍ଥାନୀୟ ଥାନାରେ ଏଫଆଇଆର ଦାୟର କରିଥିବାରୁ ପ୍ରତିଶୋଧ ପରାୟଣ ହୋଇ ଡିଏଫଓଙ୍କୁ ବିଜେଡି ଦଳ ତରଫରୁ ଚାପ ପ୍ରୟୋଗ କରି ଅସ୍ଥାୟୀ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ବିଜେଡିର ହାତବାରିସ ସାଜି ପଦ୍ମପୁର ଫରେଷ୍ଟ ଡିଭିଜନର ଶ୍ରୀ ବେହେରାଙ୍କ ଏଭଳି ଘୃଣ୍ୟ କାର୍ଯ୍ୟକୁ ବିଜେପି ଘୋର ନିନ୍ଦା କରିବା ସହ ଧାରା ୧୨୩ ଲୋକ ପ୍ରତିନିଧି ଆଇନ ୧୯୫୧ ଏବଂ ସେକ୍ସନ ଧାରା ୧୭୧(ସି) ଭାରତୀୟ ସାମ୍ବିଧାନିକ ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି । ପଦ୍ମପୁର ଉପନିର୍ବାଚନରେ “ପୋଲିସ ଓ ପ୍ରଶାସନ ରକ୍ଷକ ହୋଇ ଭକ୍ଷକ ସାଜିଛି । ପଦ୍ମପୁର ଉପନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଏଭଳି ଅଗଣତାନ୍ତ୍ରୀକ ଓ ଅସାମ୍ବିଧାନିକ କାର୍ଯ୍ୟ ବିରୁଦ୍ଧରେ ଶ୍ରୀ ବକ୍ସିପାତ୍ର ଦୃଢ଼ ନିନ୍ଦା କରୁଛନ୍ତି ।
ଏହି ଅବସରରେ ରାଜ୍ୟ ଉପସଭାନେତ୍ରୀ ଅନିତା ପ୍ରିୟଦର୍ଶିନୀ ପଟ୍ଟନାୟକ, ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ଭୁବନ ମୋହନ ଜେନା, ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ପ୍ରତାପ ମିଶ୍ର, କସ୍ତୁରୀ ମିଶ୍ର, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love