ବୁଥ୍ ଭିିିତରେ ଫୋନ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ରୋକ ଲଗାନ୍ତୁ ସିଇଓ: ଡ. ଲେଖାଶ୍ରୀ

ଭୁବନେଶ୍ୱର, ତା.୨୧/୧୦: ଧାମନଗର ଉପନିର୍ବାଚନରେ ସରକାରୀ କଳ ଓ ପ୍ରଶାସନକୁ ପ୍ରଚାର କାର୍ଯ୍ୟରେ ଶାସକ ବିଜେଡି ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦଣ୍ଡନୀୟ ଅପରାଧ । ବିଜେଡି ସମର୍ଥକ କଂଟ୍ରୋଲ ଡିଲରଙ୍କ ଦ୍ୱାରା ରାସନ ସାମଗ୍ରୀ ବଂଟନ କରାଯିବା ସହ ମତଦାନ ଦେଇ ଫଟୋ ଦେଖାଇବା ପରେ ୨ହଜାର ଟଙ୍କା ଦେବାକୁ ପ୍ରଲୋଭିତ କରୁଛି ବିଜେଡି । ଯାହା ନିର୍ବାଚନ ଆଚରଣ ବିଧିକୁ ଖୁଲମ୍ ଖୁଲା ଉଲଘଂନ କରୁଛି । ତେଣୁ ମତଦାନ ବେଳେ ମୋବାଇଲ ଫୋନ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯିବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରାଯାଇଛି ।
ସୂଚନାଥାଉ କି, ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା ଧାମନଗର ଉପନିର୍ବାଚନରେ ମତଦାନ କେନ୍ଦ୍ରରେ ମୋବାଇଲ ଫୋନ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଉ । ପୂର୍ବରୁ ଅନେକ ଭୋଟର ବାଲାଟ ପେପର ଏବଂ ଭିଭିପାଟ ମେସିନ ଫଟୋକୁ ଉଠାଇ ଶାସକ ବିଜେଡି ସପକ୍ଷରେ ଭୋଟ ଦେଉଥିଲେ, ଯାହା ଭୋଟରଙ୍କୁ ପ୍ରଭାବିତ କରିଥିଲା । ଏହାସହ ଶାସକ ବିଜେଡି ଭୋଟ ପାଇଁ ୧ଲକ୍ଷ ଟଙ୍କା ପ୍ରଦାନ କରୁଥିବା ପ୍ରମାଣ ମଧ୍ୟ ମିଳିଛି । ଏହା ଅତ୍ୟନ୍ତ ଅଗଣତାନ୍ତ୍ରୀକ ଏବଂ ଆଦର୍ଶ ନିର୍ବାଚନ ଆଚରଣ ସଂହିତା ବିରୋଧୀ ଅଟେ । ତେଣୁ ରାଜ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଏହି ପ୍ରସଙ୍ଗରେ ବିହୀତ ଏବଂ ଦୃଷ୍ଟାନ୍ତମୂଳକ କଠୋର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ କହିଛନ୍ତି । ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ୩୦ଟଙ୍କା ନେଇ ଓଡିଶା ସରକାରଙ୍କ ଲୋଗୋ ଥିବା ଜାତୀୟ ଖାଦ୍ୟ ସୁରକ୍ଷା କାର୍ଡ ବାଂଟୁଛନ୍ତି । ଯାହାକି ଅନ୍ୟ କୌଣସି ସ୍ଥାନରେ କରାଯାଉ ନାହିଁ । କାହା ନିର୍ଦ୍ଦେଶରେ ଏସଏଚଜି ମହିଳାମାନେ ଏହି କାର୍ଯ୍ୟ କରୁଛନ୍ତି ତାହାର ତଦନ୍ତ ନିହାତି କରାଯିବା ଉଚିତ୍ । ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଏସୁବୁକୁ ବନ୍ଦ କରିବା ଲାଗି ସିଇଓଙ୍କ ନିକଟରେ ବିଜେପି ଦାବି କରିଛି ବୋଲି ଡ. ଲେଖାଶ୍ରୀ କହିଛନ୍ତି ।
ଏହି ଅବସରରେ ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ, ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

 

Spread the love