ଚୈତ୍ର ସଂକରାନ୍ତିରେ ଏମିତି କରନ୍ତୁ ପୂଜା, ଭଗବାନଙ୍କ ମିଳିବ ଆଶିଶ

 

କିଛି ଦିନ ମଧ୍ୟରେ ଚୈତ୍ର ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ରମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରୁ ନବରାତ୍ରୀ ପର୍ବ ଆରମ୍ଭ ହୋଇଥାଏ। ଚଳିତ ବର୍ଷ ନବରାତ୍ରୀ ଅପେଲ ୧୩ ରୁ ଆରମ୍ଭ ହେବ। ନବମୀ ତିଥି ୨୧ ଅପ୍ରେଲରେ ପଡିବ। ନବରାତ୍ରୀର ଦଶମୀ ତିଥି ୨୨ ତାରିଖରେ ପଡୁଛି। । ଏହି ନବରାତ୍ରୀରେ ମା’ ୯ଟି ସ୍ୱରୂପରେ ଭକ୍ତଙ୍କୁ ଦର୍ଶନ ଦେବେ। ମାନ୍ୟତା ରହିଛି ଯେ ଏହି ମାସରେ ମା’ଙ୍କର ବ୍ରତକୁ ସଠିକ୍‌ ରୂପେ ପାଳନ କଲେ ସବୁ ମନସ୍କାମନା ପୂର୍ଣ୍ଣ ହୁଏ। ବିଶ୍ୱାସ ରହିଛି ଯେ ମା’ ଦୁର୍ଗାଙ୍କୁ ପୂଜା କଲେ ଜୀବନରେ ସବୁ ସମସ୍ୟାର ସମାଧାନ ହୋଇଯାଏ। ଘରେ ସୁଖ ସମୃଦ୍ଧି ବଢ଼େ।

ଏବର୍ଷ ନବରାତ୍ରୀରେ ଗ୍ରହମାନଙ୍କର ଶୁଭ ସଂଯୋଗ ହେତୁ ବିଶେଷ ଯୋଗ ସୃଷ୍ଟି ହେଉଛି। ପ୍ରତିପଦା ତିଥିରେ ବିଷ୍କୁମ୍ଭ ଓ ପ୍ରିତି ଯୋଗ ସୃଷ୍ଟି ହେଉଛି। ଏହିଦିନ ବିଷ୍କୁମ୍ଭ ଯୋଗ ଦ୍ୱିପହର ୩.୧୬ମିନିଟରୁ ଆରମ୍ଭ ହେବ। ପରେ ପ୍ରିତି ଯୋଗ ସକାଳ ୧୦.୧୭ରୁ ଆରମ୍ଭ ହେବ।

ଘଟସ୍ଥାପନା ଶୁଭ ମୂହୁର୍ତ୍ତ :-
ଦିନ: ମଙ୍ଗଳବାର
ତିଥି: ୧୩ ଅପ୍ରେଲ ୨୦୨୧
ଶୁଭ ମୂହୁର୍ତ୍ତ: ସକାଳ ୫.୨୮ ମିନିଟରୁ ସକାଳ ୧୦.୧୪ ମିନିଟ
ଅବଧି: ୪ଘଣ୍ଟା ୧୫ ମିନିଟ
ଘଟସ୍ଥାପନା ଶୁଭ ମୂହୁର୍ତ୍ତ: ସକାଳ ୧୧.୫୬ ମିନିଟରୁୁ ଦ୍ୱିପହର ୧୨.୪୭ ମିନିଟ

ଜାଣନ୍ତୁ କେଉଁ ଦିନ କେଉଁ ଦେବୀ ପାଇବେ ପୂଜା:-
୧୩ ଅପ୍ରେଲ ୨୦୨୧: ମା’ ଶୈଳପୁତ୍ରୀ
୧୪ ଅପ୍ରେଲ ୨୦୨୧: ମା’ ବ୍ରହ୍ମଚାରିଣୀ
୧୫ ଅପ୍ରେଲ ୨୦୨୧: ମା’ ଚନ୍ଦ୍ରଘଣ୍ଟା
୧୬ ଅପ୍ରେଲ ୨୦୨୧: ମା’ କୁଷ୍ମାଣ୍ଡା
୧୭ ଅପ୍ରେଲ ୨୦୨୧: ମା’ ସ୍କନ୍ଦମାତା
୧୮ ଅପ୍ରେଲ ୨୦୨୧: ମା’ କାତ୍ୟାୟନୀ
୧୯ ଅପ୍ରେଲ ୨୦୨୧: ମା’ କାଳରାତ୍ରୀ
୨୦ ଅପ୍ରେଲ ୨୦୨୧: ମା’ ମହାଗୌରୀ
୨୧ ଅପ୍ରେଲ ୨୦୨୧: ମା’ ସିଦ୍ଧିଦାତ୍ରୀ
୨୨ ଅପ୍ରେଲ ୨୦୨୧: ବ୍ରତ ଶେଷ

 

Spread the love