ସ୍ଵାଧୀନତା ସଂଗ୍ରାମୀ ବିପ୍ଳବୀ ଚନ୍ଦନ ହଜୁରୀ ଚାଖି ଖୁଣ୍ଟିଆଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ସ୍ଵାଧୀନତା ସଂଗ୍ରାମୀ ବିପ୍ଳବୀ ଚନ୍ଦନ ହଜୁରୀ ଚାଖି ଖୁଣ୍ଟିଆଙ୍କ ଆଜି ହେଉଛି ଜନ୍ମଦିନ। ତାଙ୍କ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।  1827 ମସିହା ଜାନୁଆରୀ 20 ରେ ପୁରୀ ଜିଲ୍ଲାର ହରଚଣ୍ଡୀ ସାହିରେ ରଘୁନାଥ ଖୁଣ୍ଟିଆ ଓ କମଳାବତୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ। ସ୍ଵାଧୀନତା ସଂଗ୍ରାମରେ ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କ ସହଯୋଗୀ ଭାବେ ସେ 1857 ମସିହା ସିପାହୀ ବିଦ୍ରୋହରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଆଜି ଏହି ଯୁଗଜନ୍ମାଙ୍କ ଜନ୍ମ ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ଵିଟ୍ କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ଟ୍ଵିଟ୍ କରି ଲେଖିଛନ୍ତି ଯେ, ସ୍ଵାଧୀନତା ସଂଗ୍ରାମୀ ବିପ୍ଳବୀ ଚନ୍ଦନ ହଜୁରୀ ଚାଖି ଖୁଣ୍ଟିଆଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳୀ। ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କ ସହଯୋଗୀ ଭାବେ 1857 ମସିହା ସିପାହୀ ବିଦ୍ରୋହରେ ସେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ଦେଶପ୍ରେମ ଓ ବଳିଦାନ ଆମକୁ ସର୍ବଦା ଅନୁପ୍ରାଣିତ କରିବ।

ଭାରତ ବର୍ଷ 200 ବର୍ଷ ଶହ ବର୍ଷରୁ ଉର୍ଦ୍ଧ ସମୟ ବ୍ରିଟିସ ଶାସନାଧିନ ରହିବା ପରେ ଦେଶରେ ପାଇକ ବିଦ୍ରୋହ ଦ୍ୱାରା ବହୁ ସ୍ଥାନରେ ସ୍ୱାଧୀନତା ସଂଗ୍ରାମର ବହ୍ନି ପ୍ରଜ୍ୱଳିତ ହୋଇଥିଲା । ଭଗତସିଂହ, ଖୁଦିରାମଙ୍କ ପରି ବହୁ ଦେଶପ୍ରେମୀ ପ୍ରାଣ ବଳି ଦେଇଥିଲେ । ସେତେବେଳେ ଏହି ସଂଗ୍ରାମରେ ଓଡିଶାର ବହୁ ସ୍ୱାଧୀନତା ସଂଗ୍ରାମୀ ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ । ସେମିତି ଜଣେ ସ୍ୱାଧୀନତା ସଂଗ୍ରାମୀ ହେଉଛନ୍ତି ପୁରୀ ଜିଲ୍ଲାର ଚନ୍ଦନ ହଜୁରୀ ବା ଚାଖୀ ଖୁଣ୍ଟିଆ । ସେ 1857 ମସିହାରେ ଭାରତର, ସିପାହୀ ବିଦ୍ରୋହ ବେଳେ ପଶ୍ଚିମାଞ୍ଚଳର ହିନ୍ଦୁ ନେପାଳୀ ସୈନିକଙ୍କୁ ଇଂରେଜ ମାନଙ୍କ ବିରୋଧରେ ମତାଇ ଥିଲେ । ମାଟି କୁସ୍ତିରେ ପାରଙ୍ଗମ ଥିବା ଏହି ଯୋଦ୍ଧା ଭାରତର ସିପାହୀ ମାନଙ୍କୁ ତାଲିମ ଦେବା ସହିତ ଇଂରେଜ ମାନଙ୍କ ବିରୋଧରେ ସଂଗ୍ରାମ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ ।

Spread the love