ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ସୋର, ୨୮/୧୦ (ରଞ୍ଜିତ ମହାକୁଡ଼ ) :  ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ଗୋପୀନାଥପୁର ପଂଚାୟତ ରେ ବାଲେଶ୍ଵର ରୋଟାରୀ କ୍ଲବ ତରଫରୁ ରାଇପିତାମ୍ବର ବାସନ୍ତୀ ପୂଜା ମଣ୍ଡପ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୁଇଯାଇଛି | ଏହି କାର୍ଯ୍ୟକ୍ରମ କୁ ବିଶିଷ୍ଟ ଶିକ୍ଷାବିତ୍ ଏବଂ ସମାଜସେବୀ ଶ୍ରୀଧର ସାହୁ ଫିତା କାଟି ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଅବସରପ୍ରାପ୍ତ ତହସିଲଦାର ରାଧାକାନ୍ତ ବାରିକ ପ୍ରଦୀପ ପ୍ରଯୋଳନ କରିଥିଲେ | ଉକ୍ତ ଶିବିରରେ ଆୟୋଜନ ସମ୍ପର୍କରେ ଆଭିମୁଖ୍ୟ ରଖିଥିଲେ ଜନାର୍ଦ୍ଦନ ନୋଡ଼ାଲ ଉଚ୍ଚ ବିଦ୍ୟାପୀଠ ମଙ୍ଗଳପୁର ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା | “ସମାଜ ରେ ଗରିବ ଶ୍ରେଣୀରେ ବଞ୍ଚୁଥିବା ଅବହେଳିତ ବୟସ୍କ ଲୋକଙ୍କ ପାଇଁ ଦୃଷ୍ଟିଶକ୍ତି ଫେରେଇ ଆଣିବା ରୋଟାରୀ କ୍ଲବ ର ମୂଖ୍ୟ ଉଦେଶ୍ୟ”ବୋଲି ସୁଧାଂଶୁ ପଣ୍ଡା ମତାମତ ପ୍ରଦାନ କରିଥିଲେ | ସଭାରେ ସରପଂଚ ବିଭୁତି ଭୂଷଣ ଦାସ, ଶଙ୍କର୍ଷଣ ବାରିକ, ଯତୀନ୍ଦ୍ର ଦାସ, ସରୋଜ ଦାସ, ସଂଜୀବ ଦାସ, ମୀନକେତନ ଦାସ ମହାପାତ୍ର, ସନ୍ତୋଷ ଦାସ, ସୁରେଶ ଦାସ, ସୁରେନ୍ଦ୍ର ଦାସ ପ୍ପୌରହିତ କରିଥିଲେ | ଉକ୍ତ ଚକ୍ଷୁ ଶିବିରରେ ବିଭିନ୍ନ ଗ୍ରାମ ପଞ୍ଚାୟତ ରୁ ୨୧୬ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ୩୮ ଜଣ ଚକ୍ଷୁ ରୋଗୀଙ୍କୁ ବାଲେଶ୍ୱର ରୋଟାରୀ ଚିକିତ୍ସା କେନ୍ଦ୍ର କୁ ପଠା ଯାଇଥିଲା। ଉକ୍ତ ଶିବିରକୁ ପରିଚାଳନା ମଧୁସୂଦନ ବେହେରା, ଯଦୁନାଥ ପଣ୍ଡା ,ଭାସ୍କର ବିଶ୍ୱାଳ , ଶିବପ୍ରସାଦ ମହାନ୍ତି ଏବଂ ପ୍ରହଲ୍ଲାଦ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ | ଏହି ଶିବିରରେ ବଳରାମ ପଣ୍ଡା, ସୂର୍ଯ୍ୟସ୍ନାତ ବେହେରା, ମନ ମୋହନ ବେହେରା, ପ୍ରଶାନ୍ତ ବେହେରା, ମନୋଜ ପଣ୍ଡା, ସଞ୍ଜୟ ପଣ୍ଡା, ଅନୁରତ ବେହେରା, ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ଓ ରାଇପିତାମ୍ବର ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ। 

Spread the love