ଦେଶରେ ଚଳଚ୍ଚିତ୍ର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ପର୍ଯ୍ୟଟନ ଓ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ପରାମର୍ଶ

ନୂଆଦିଲ୍ଲୀ ୦୯/୧୧ : ପର୍ଯ୍ୟଟନ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଦେଶରେ ଚଳଚ୍ଚିତ୍ର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ଉଭୟ ମନ୍ତ୍ରଣାଳୟ ମୁମ୍ବାଇରେ ଚଳଚ୍ଚିତ୍ର ଶିଳ୍ପ ସହିତ ଜଡିତ ଲୋକଙ୍କ ସହ ଏକ ଆଲୋଚନାଚକ୍ର ଆୟୋଜନ କରିଥିଲେ। ଯେଉଁଥିରେ ଦେଶରେ ଚଳଚ୍ଚିତ୍ର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଚଳଚ୍ଚିତ୍ର ସୁଟିଂ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଉପାୟରେ ପର୍ଯ୍ୟଟକମାନେ ସେହି ସ୍ଥାନରେ ପହଞ୍ଚିବେ।ଏହି ବୈଠକରେ ପର୍ଯ୍ୟଟନ ସଚିବ ଅରବିନ୍ଦ ସିଂ,ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୁର୍ବ ଚନ୍ଦ୍ର, ପର୍ଯ୍ୟଟନ ମନ୍ତ୍ରଣାଳୟର ଏଡିଜି ରୁପିନ୍ଦର ବରାର ଓ ଭାରତର ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମର ମୁଖ୍ୟ ବିକ୍ରମଜିତ୍ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ପର୍ଯ୍ୟଟନ ସଚିବ ଅରବିନ୍ଦ ସିଂ ତାଙ୍କ ସମ୍ବୋଧନରେ କହିଛନ୍ତି ଚଳଚ୍ଚିତ୍ର ଉତ୍ପାଦନର ପ୍ରୋତ୍ସାହନ ଏକ ରାଜ୍ୟ ବିଷୟ ଅନେକ ରାଜ୍ୟ ଅଛି ଯାହା ଚଳଚ୍ଚିତ୍ର ପର୍ଯ୍ୟଟନକୁ ଉତ୍ସାହିତ କରିଥାଏ। ସେମାନେ ବହୁତ ସଫଳ ଅଟନ୍ତି। ଠିକ୍ ସମୟରେ ସୁଟିଂ ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ଫିଲ୍ମ ପ୍ରମୋସନ୍ ଅଫିସ୍ ପ୍ରତିଷ୍ଠା କରିବାକୁ ଚିନ୍ତା କରିବା ଉଚିତ୍ ବୋଲି ସେ ମତ ଦେଇଛନ୍ତି। ଯାହା ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା କରିପାରିବ ଓ ଠିକ୍ ସମୟରେ ଅନୁମତି ପାଇପାରିବ। ଆବଶ୍ୟକ ସ୍ଥଳେ ଚଳଚ୍ଚିତ୍ର ପ୍ରଚାର କାର୍ଯ୍ୟାଳୟର ମଧ୍ୟ ହସ୍ତକ୍ଷେପ କରିବାର ଅଧିକାର ରହିବା ଉଚିତ୍।

ସେ କହିଛନ୍ତି ଯେ ଆମର ସଂସ୍କୃତି ଏବଂ ଏୈତିହ୍ୟ ସହ ଦୁନିଆକୁ ମାତ ଦେଉଥିବା ଟେକନିକ, ଲୋକଙ୍କ ଉପଲବ୍ଧତା ଭାରତକୁ ଏକ ଚଳଚ୍ଚିତ୍ର ସୁଟିଂ ପାଇଁ ଏକ ଆଦର୍ଶ ସ୍ଥାନ କରିଥାଏ। ଚଳଚ୍ଚିତ୍ର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାରେ ପର୍ଯ୍ୟଟନ ମନ୍ତ୍ରଣାଳୟର ପଦକ୍ଷେପ ବିଷୟରେ ସେ ସୂଚନା ଦେଇଛନ୍ତି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୁର୍ବ ଚନ୍ଦ୍ର ସେମିନାରକୁ ସମ୍ବୋଧନ ଦେଇ କହିଛନ୍ତି ଯେ ୧୪ଟି ରାଜ୍ୟ ଚଳଚ୍ଚିତ୍ର ସୁବିଧା ନୀତି ଆପଣାଇଛନ୍ତି। ଏହି ନୀତିଗୁଡିକ ଉପରେ ଆଧାର କରି ଏକ ମଡେଲ ଚଳଚ୍ଚିତ୍ର ନୀତି ପ୍ରସ୍ତୁତ ଏବଂ ବିସ୍ତାର କରିବାକୁ ସରକାର ଯୋଜନା କରୁଛନ୍ତି, ଯାହା ଦ୍ୱାରା ଅନ୍ୟ ରାଜ୍ୟମାନେ ମଧ୍ୟ ଏହାକୁ ଗ୍ରହଣ କରିପାରିବେ। ଚଳଚ୍ଚିତ୍ର ସୁଟିଂର ସହଜତା’ ଦୃଶ୍ୟର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସେ କହିଛନ୍ତି ଯେ ଚଳଚ୍ଚିତ୍ର ଉତ୍ପାଦନରେ ପ୍ରୋତ୍ସାହନ ଅପେକ୍ଷା ସୁଟିଂ ପାଇଁ ସହଜ ଏବଂ ସୁବିଧାଜନକ କ୍ଲିୟରାନ୍ସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଗୁରୁତ୍ୱ ଦିଆଯିବା ଉଚିତ।

Spread the love