ଚମଚମ୍‌

ଆବଶ୍ୟକ ସାମଗ୍ରୀ

  • ପନୀର – ୩୦୦ ଗ୍ରାମ୍‌
  • ମଇଦା – ୨ ଚାମଚ
  • ଗ୍ରୀନ୍‌ ଇଳେଇଚ ପାଉଡର – ୨ ଚାମଚ
  • ଚିନି – ଦେଢ଼ କପ୍‌
  • କଣ୍ଡେନସଡ ମିଲ୍କ – ୨୦୦ ଗ୍ରାମ୍‌
  • ହଳଦିଆ ରଙ୍ଗ – ଅଧା ଚାମଚ
  • ପାଣି – ୨ କପ୍‌
  • ଗାର୍ନିସିଂ ପାଇଁ କଟା ହୋଇଥିବା ପିସ୍ତା – ମୁଠାଏ
  • ପ୍ରସ୍ତୁତି ପ୍ରଣାଳୀ

    • ସର୍ବପ୍ରଥମେ ଏକ ପ୍ୟାନରେ ୩ ରୁ ୪ କପ୍‌ ପାଣିକୁ ମଧ୍ୟମ ଆଞ୍ଚରେ ଗରମ କରନ୍ତୁ।
    • ଏବେ ଏଥିରେ ଚିନି ପକାନ୍ତୁ ଏବଂ ଚିନିକୁ ପାଣିରେ ସମ୍ପୂର୍ଣ୍ଣ ଭାବେ ମିଶାଇ ଦିଅନ୍ତୁ।
    • ଯେତେବେଳେ ସିରା ଗାଢ଼ା ହୋଇଯିବ ସେତେବେଳେ ଏଥିରେ ହଳଦିଆ ରଙ୍ଗ ମିଶାଇ ଦିଅନ୍ତୁ।
    • ଧ୍ୟାନ ରଖନ୍ତୁ ଚିିନି ସିରା ଯେମିତି ଅଧିକ ଗାଢ଼ ହେବନାହିଁ। ଏହାକୁ ଅଳ୍ପ ପତଳା କରିବା ଉଚିତ। ଆଞ୍ଚକୁ କମ୍‌ କରିଦିଅନ୍ତୁ।
    • ଏବେ ଏକ ପାତ୍ରରେ ପନୀର ଏବଂ ମଇଦାକୁ ମିକ୍ସ କରନ୍ତୁ। ଭଲଭାବେ ମିକ୍ସ କରି ଓଭାଲ ସେପରେ ଏହାକୁ ଛୋଟ ଛୋଟ ବଲ୍ସ ବନାଇ ଦିଅନ୍ତୁ।
    • ଏହି ବଲ୍ସକୁ ହାଲକା ହାତରେ ଚିନି ସିରାରେ ପକାନ୍ତୁ ଏବଂ କିଛି ସମୟ ପାଇଁ ଧୀମା ଆଞ୍ଚରେ ରାନ୍ଧିବାକୁ ଛାଡନ୍ତୁ। ଏହାପରେ ଗ୍ୟାସ ବନ୍ଦ କରିଦିଅନ୍ତୁ।
    • ଯେତେବେଳେ ସିରା ଥଣ୍ଡା ହୋଇଯିବ ସେତେବେଳେ ଚମଚମକୁ ସିରାରୁ ବାହାର କରିଦିଅନ୍ତୁ ଏବଂ ପ୍ଲେଟରେ ଅଲଗା ରଖିଦିଅନ୍ତୁ।
    • ଏବେ ଏକ ପାତ୍ରରେ କଣ୍ଡେନସଡ ମିଲ୍କ ଏବଂ ଅଳେଇଚ ପାଉଡରକୁ ଭଲଭାବେ ମିକ୍ସ କରନ୍ତୁ। ଏହାକୁ ଚାମଚ ଉପରେ ଭଲଭାବେ ଲଗାଇ ଦିଅନ୍ତୁ।
    • କଟା ହୋଇଥିବା ପିସ୍ତାରେ ଏହାକୁ ସଜାଇ ନିଜ ପସନ୍ଦ ଅନୁଯାୟୀ ଥଣ୍ଡା କରି କିମ୍ବା ନର୍ମାଲ ଟେମ୍ପରେଚରରେ ସର୍ଭ କରିପାରିବେ।
Spread the love