ଚଣା ବିରିୟାନୀ
ଆବଶ୍ୟକୀୟ ସାମଗ୍ରୀ
- ବାସୁମତୀ ଚାଉଳ
- ଘିଅ/ତେଲ
- ଜିରା
- ହେଙ୍ଗୁ
- ମେଥି
- ସୋରିଷ
- ମଧୁରୀ
- ତେଜପତ୍ର
- ଡାଲଚିନି
- ଅଳେଇଚ
- ପିଆଜ ଗୋଟିଏ
- ଅଦା ରସୁଣ ପେଷ୍ଟ
- କାବୁଲି ଚଣା 1 କପ
- କଟା ଆଳୁ ଗାଜର ଓ ଫୁଲକୋବି 1 କପ
- ଟମାଟୋ
- ଲଙ୍କାଗୁଣ୍ଡ
- ଗରମ ମସଲା
- କସୁରିମେଥି
- ଧନିଆପତ୍ର
- ଲୁଣ
ପ୍ରସ୍ତୁତି ପ୍ରଣାଳୀ
ଚଣା ବିରିୟାନୀ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଚାଉଳକୁ କିଛି ସମୟ ପାଇଁ ଭିଜାଇ ଦିଅନ୍ତୁ । ବର୍ତ୍ତମାନ ଏକ ପ୍ୟାନ ଗରମ କରି ସେଥିରେ ଘିଅ ନଚେତ ତେଲ ପକାନ୍ତୁ । ବର୍ତ୍ତମାନ ଏଥିରେ ଜିରା, ହେଙ୍ଗୁ, ମେଥି , ସୋରିଷ ଓ ମଧୁରୀ ପକାଇ ଦିଅନ୍ତୁ । ତାପରେ ସେଥିରେ ତେଜପତ୍ର, ଅଳେଇଚ ଏବଂ ଡାଲଚିନି ପକାଇ ଟିକେ ଭାଜନ୍ତୁ । ତାପରେ ସେଥିରେ ପିଆଜ ପକାଇ ଟିକେ ଭାଜି ଅଦା ରସୁଣ ପେଷ୍ଟ ପକାଇ ଭଲ ଭାବରେ କସନ୍ତୁ ।
ବର୍ତ୍ତମାନ ସେଥିରେ ଭିଜାଇ ରଖିଥିବା ଚାଉଳ, ଚଣା , ଗାଜର , ଆଳୁ ଓ ଫୁଲକୋବି ପକାଇ ଗୋଳାନ୍ତୁ । ତାପରେ ସେଥିରେ ଟମାଟୋ, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଗରମ ମସଲା ଓ ଲୁଣ ପକାନ୍ତୁ । ଶେଷରେ ଏଥିରେ ଦୁଇ କପ ପାଣି ଦେଇ ଏସବୁକୁ ସିଝିବାକୁ ଛାଡି ଦିଅନ୍ତୁ । ସର୍ବ ଶେଷରେ ଏହାକୁ ବାହାର କରି ଧନିଆ ପାତ୍ରରେ ଗାର୍ଣ୍ଣିସ କରି ଗରମ ଗରମ ସର୍ଭ କରନ୍ତୁ ଚଣା ବିରିୟାନୀ ।