ଚନ୍ଦକା ହାତୀଙ୍କୁ ଲାଗିବ ରେଡ଼ିଓ କଳାର

ଚନ୍ଦକା ବନଖଣ୍ଡ ରେ ଥିବା ହାତୀଙ୍କ ହେହରେ ଲାଗିବାକୁ ଯାଉଛି ରେଡ଼ିଓ କଲାର । ରେଡ଼ିଓ କଲାର ଲାଗିବା ପରେ ସାଟେଲାଇଟ ଜରିଆରେ ସେହି ହାତୀ ମାନଙ୍କର ଗତିବିଧି ଉପରେ ନଜର ରଖିବ ବନ ବିଭାଗ । ଚନ୍ଦକା ବନଖଣ୍ଡ ଅଞ୍ଚଳରେ କିଛି ହାତୀ ବାରମ୍ବାର ଭୁବନେଶ୍ୱର ଏବଂ ତାର ଆଖ ପାଖ ରେ ଉପଦ୍ରବ କରୁଥିବାରୁ ସେମାନଙ୍କ ଉପରେ ଦୃଷ୍ଟି ରଖିବା ପାଇଁ ବନ ବିଭାଗ କିଛି ବଛା ବଛା ହାତୀଙ୍କ ଦେହରେ ରେଡ଼ିଓ କଳାର ଲଗେଇବାକୁ ଆଜି ଅପରେସନ ଆରମ୍ଭ କରିଛି । ଡ଼ିଏଫଓଙ୍କ ନେତୃତ୍ୱରେ 3ଟି ଟ୍ରଙ୍କୁଳାଇଜ ଟିମ, ରେଡ଼ିଓ କଲାର ଇଂସ୍ଟଲେସନ ଟିମ ସହ ସଦଳବଳେ – ଚନ୍ଦକା ଜଙ୍ଗଲ ଅଭିମୁଖେ ଯାଇଛି ଟିମ I ଚନ୍ଦକା ବନଖଣ୍ଡ ର ଦୁଇଟି ଦନ୍ତା ଯଥା ‘ରାମୁ’ ଓ ‘ବାହୁ ବଳୀ’ ଏବଂ ଗୋଟିଏ ମାଖନା କୁ ରେଡ଼ିଓ କଳାର ପିନ୍ଧାଯିବା ପାଇଁ ଯୋଜନା କରିଛି ଟିମ I

ଏହାସହିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ର ସେଣ୍ଟର ଫର ଇକୋଲୋଜି ର ପ୍ରଫେସର ଡ଼ଃ ରମଣ ସୁକୁମାର ଏବଂ ତାଙ୍କର ଟିମ ଭୁବନେଶ୍ୱର ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି I ଆଜି ହାତୀ ମାନଙ୍କୁ ରେଡ଼ିଓ କଲାର କରିବା ପାଇଁ ବନ୍ଦୋବସ୍ତ କରାଯାଇଛି । ଖାସ ଏଇ କାମ ରେ ସାହାଯ୍ୟ କରିବା ପାଇଁ ଗୋଡିବାରି ଥିବା କୁମକି ହାତୀ ଯଶୋଦା କୁ ମଧ୍ୟ ଭରତପୁର ଅଣା ସରିଛି । ଭରତପୁର ଜଙ୍ଗଲ ରେ ହାତୀ ପିଠିରେ ବସି ବିଶେଷଜ୍ଞ ମାନେ ହାତୀ ଙ୍କୁ ଟ୍ରାନକ୍ୟୁଲାଇଜ କରିବେ । ତା ପରେ ହାତୀ ଙ୍କ ବେକରେ ରେଡ଼ିଓ କଲାର ବନ୍ଧା ଯିବ । ଏଇ କାମ ରେ ସହଯୋଗ କରିବା ପାଇଁ ଓୟୁଏଟି ର ଭେଟେରିନାରୀ କଲେଜ ର ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଡ଼ଃ ଇନ୍ଦ୍ରମଣି ନାଥ ମଧ୍ୟ ସାଙ୍ଗରେ ରହିଛନ୍ତି ।

ଅନ୍ୟପଟେ ଅନେକ ସମୟ ରେ ନନ୍ଦନକାନନ ପାଚେରୀ ଭାଙ୍ଗି ଭରତପୁର ଜଙ୍ଗଲ ରେ ଥିବା ମାଖନା ପଶୁଛି । ଅନେକ ସମୟରେ ଚୂନକୋଳି, ସମେଇଗାଡ଼ିଆ, ପଥର ଗାଡ଼ିଆ, ଅନ୍ଧାରୁଆ ଆଦି ଅଞ୍ଚଳରେ ହାତୀ ବସ୍ତି ଭିତରେ ପଶି ଉପଦ୍ରବ କରୁଛନ୍ତି । କିଛି ବର୍ଷ ତଳେ ଏଇ ଭରତପୁର ହାତୀ ଜଣେ ବୃଦ୍ଧା ଙ୍କୁ ପାଦରେ ଦଳି ମାରି ଦେଇଥିଲା । ଏଣୁ ଅନେଜ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ହେବା ସହିତ ଅନେକ ସମୟରେ ଚନ୍ଦକା ବନଖଣ୍ଡ କର୍ମଚାରୀ ମଧ୍ୟ ଲୋକ ଙ୍କ ଆକ୍ରୋଶ ର ଶୀକାର ମଧ୍ୟ ହେଉଥିଲେ । ସେଥିପାଇଁ ଚନ୍ଦକା ବନଖଣ୍ଡ ହାତୀ ମାନଙ୍କର ଚଳପ୍ରଚଳ ତଥା ଗତିବିଧି ଉପରେ ରେଡ଼ିଓ କଲାର ଜରିଆରେ ନଜର ରଖିବା ସହିତ, ଲୋକମାନଙ୍କୁ ମଧ୍ୟ ଆଗୁଆ ସତର୍କ କରେଇଵା ବ୍ୟବସ୍ଥା କରିବ । ସେହି ପରିପ୍ରେକ୍ଷୀରେ ଭୁବନେଶ୍ୱର ରେ ହାତୀ ମାନଙ୍କର ରେଡ଼ିଓ କଲାର ବ୍ୟବସ୍ଥା କରାଯାଇଛି I

ଭୁବନେଶ୍ୱର ରେ ରେଡ଼ିଓ କଲାର ସଫଳ ହେଲେ, ରାଜ୍ୟର ଅନ୍ୟ ଯେଉଁ ବନଖଣ୍ଡ ରେ ହାତୀ ଉପଦ୍ରଵ ଅଧିକ ଅଛି ସେ ଅଞ୍ଚଳରେ ମଧ୍ୟ ହାତୀଙ୍କ ବେକରେ ରେଡ଼ିଓ କଲାର ଲଗାଯିବ । ଭୁବନେଶ୍ୱର ପରେ ସୁନ୍ଦରଗଡ଼ ବନଖଣ୍ଡରେ ଏହି କାର୍ଯ୍ୟକ୍ରମ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।

Spread the love