ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପ୍ରତିରକ୍ଷା ତଥ୍ୟ ଲିକ୍‌ ମାମଲା : ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ, କଟକରେ ହେବ ଜେରା

ବାଲେଶ୍ୱର ୧୮।୦୯: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପ୍ରତିରକ୍ଷା ତଥ୍ୟ ଲିକ୍‌ ମାମଲା । ଘଟଣାରେ ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ । ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଲେ ବାଲେଶ୍ୱର କୋର୍ଟ । ସମସ୍ତଙ୍କୁ କଟକ ଆଣି ଜେରା କରାଯିବ । କ୍ରାଇମ୍‌ବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍‌ ଏହି ଅଭିଯୁକ୍ତଙ୍କୁ ଜେରା କରିବ ।

ତେବେ ୫ ଅଭିଯୁକ୍ତକୁ ମାରାଥନ ଜେରା କରିବ କ୍ରାଇମବ୍ରାଞ୍ଚ । ବାଲେଶ୍ଵରରୁ କଟକକୁ ଆଣି ଜେରା କରିବ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ । ଟିମରେ ଅଛନ୍ତି ଅତିରିକ୍ତ ଏସପି, ସାଇବର ଇନ୍ସପେକ୍ଟର, ସବ-ଇନ୍ସପେକ୍ଟର । ସମସ୍ତ ଦିଗକୁ ନେଇ ଆରମ୍ଭରୁ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । କାହାକୁ ତଥ୍ୟ ଯୋଗାଉଥିଲେ, କେଉଁ ପ୍ରକାର ଡାଟା ରହିଛି । ଏହି ଘଟଣାରେ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କର  ଲିକ୍‌ ଅଛି କି ନାହିଁ,  ଟଙ୍କା ଟ୍ରାଞ୍ଜକସନ କଣ ପାଇ ହୋଇଛି । ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି । ଏହିପରି ଅନେକ ପ୍ରଶ୍ନକୁ ନେଇ ଜେରା କରିବ କ୍ରାଇମବ୍ରାଞ୍ଚ ।  ଆବଶ୍ୟକ ପଡ଼ିଲେ କେନ୍ଦ୍ରୀୟ ସଂସ୍ଥାର ସହଯୋଗ ମଧ୍ୟ ନିଆଯିବ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା NIA  ଚାହିଁଲେ  ମଧ୍ୟ  ସମସ୍ତ ଅଭିଯୁକ୍ତମାନଙ୍କୁ ପଚରାଉଚରା କରିପାରିବେ ।

Spread the love