ଆଜି ଚନ୍ଦ୍ରଗ୍ରହଣ: ସାଢ଼େ ୪ଟାରୁ ୧୨ ଘଣ୍ଟା ଯାଏଁ ପାକତ୍ୟାଗ

ପୂର୍ଣ୍ଣିମା ତିଥି ଅବସରରେ ମଙ୍ଗଳବାର ଚନ୍ଦ୍ରଗ୍ରହଣ ହେବ । ଓଡ଼ିଶା ସମେତ ଏହା ଭାରତର ବିଭିନ୍ନ ସ୍ଥାନରେ ଚନ୍ଦ୍ରଗ୍ରହଣ ଦେଖାଯିବ । ଚନ୍ଦ୍ରଗ୍ରହଣ ପାଇଁ ଆଜି ଅପରହ୍ଣ ସାଢ଼ ୪ଟାରୁ ଯାଏଁ ପାକତ୍ୟାଗ କରାଯିବା ନିୟମ ରହିଛି ବୋଲି ଜ୍ୟେତିଷଶାସ୍ତ୍ରୀ ମାନେ କହିଛନ୍ତି । ଚନ୍ଦ୍ରଗ୍ରହଣ ପ୍ରାୟ ୧୨ ଘଣ୍ଟା ଯାଏଁ ରହିବ ଏବଂ ରାତି ୪ଟା ୩୦ରେ ମୋକ୍ଷ ହେବ । ଚନ୍ଦ୍ରଗ୍ରହଣ ପାଇଁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଯାଇଛି । ଆଜି ସକାଳ ୬ଟାରେ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା । ସାଢେ ୬ଟାରେ ଭିତରଶୋଧ କରାଯାଇଥିଲା । ପୂର୍ବାହ୍ଣ ୭ଟାରେ ଶ୍ରୀଜିଉମାନଙ୍କ ଠାରେ ମଙ୍ଗଳ ଆରତୀ, ସାଢ଼େ ୭ଟାରେ ମଇଲମ-ତଡ଼ପଲାଗି, ୭ଟା ୫୦ରେ ଅବକାଶ ପୂଜା, ସକାଳ ୮ଟା ୧୦ରେ ଅଧରପୋଚ୍ଛା ନୀତି ଅନୁଷ୍ଠିତ ହେବ । ସେହିପରି ପୂର୍ବାହ୍ଣ ୧୦ଟରେ ଗୋପାଳବଲ୍ଲଭ ପୂଜା ଶେଷ ହେବ । ମଧ୍ୟାହ୍ଣ ୧୨ଟାରୁ ଅପରାହ୍ଣ ୧ଟା ମଧ୍ୟରେ ଧୂପ, ୨ଟା ୧୫ରୁ ୪ଟା ଯାଏଁ ଭୋଗମଣ୍ଡପ ନୀତି ସଂପନ୍ନ ହେବ । ଅପରାହ୍ଣ ୪ଟାରେ ମଇଲମ ଓ ସାଢ଼େ ୪ଟାରେ ତଡ଼ପଲାଗି ନୀତି ଶେଷ ହେବା ପରେ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନୀତି ସରି ସମୟ ଅନୁସାରେ ବିଭିନ୍ନ ନୀତି ପାଳନ ହେବ । ଗ୍ରହଣ ସମୟରେ ଶ୍ରୀମନ୍ଦିରରେ ସବୁ ନୀତି ବର୍ଜନ ରଖିବାକୁଶ୍ରୀମନ୍ଦି ପ୍ରଶାସନ ନିଷ୍ପତ୍ତି ନେଇଛି । 

Spread the love