ଇକୋ ରି ଟ୍ରିଟରେ ହେବ ୨ଦିନିଆ ପର୍ଯ୍ୟଟନ ମହାସମ୍ମିଳନୀ-ଜ୍ୟୋତିପ୍ରକାଶ ପାଣିଗ୍ରାହୀ

କୋଣାର୍କ ଚନ୍ଦ୍ରଭାଗା ପର୍ଯ୍ୟଟନସ୍ଥଳୀ ଇକୋ ରି ଟ୍ରିଟରେ ସମସ୍ତ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀଙ୍କ ୨ ଦିନିଆ ମହାସମ୍ମିଳନୀ ହେବ। ଆସନ୍ତା ୨୩ ଓ୨୪ ତାରିଖରେ ଏହି ସମ୍ମିଳନୀ ଆୟୋଜନ କରାଯିବ । ଏଥିରେ ଦେଶର ସମସ୍ତ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ବିଭାଗୀୟ ସଚିବ ସାମିଲ ହେବେ ବୋଲି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି । ଏଠାରେ ଦେଶରେ ପର୍ଯ୍ୟଟନର ବିକାଶ ନେଇ ଆଲୋଚନା ହେବ। ଓଡ଼ିଶା ହେଉଛି ପର୍ଯ୍ୟଟନର ସର୍ବଶ୍ରେଷ୍ଠ ସ୍ଥାନ। ଭାରତରେ ଓଡିଶା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ପର୍ଯ୍ୟଟନ ବିକାଶ ପାଇଁ ଏହା ସହାୟକ ହେବ।

Spread the love