ନୂତନ ଟେକ୍ନୋଲୋଜି ସହ ନିଜକୁ ବଦଳାଇଲେ କାମରେ ଦକ୍ଷତା ଓ ସ୍ବଚ୍ଛତା ଆସିବ: ମୁଖ୍ୟମନ୍ତ୍ରୀ

ନୂଆ ଟେକ୍ନୋଲୋଜି ଦକ୍ଷତା ଓ ସ୍ୱଛତା ବୃଦ୍ଧି କରିବ। କାର୍ଯ୍ୟରେ ଦକ୍ଷତା ଓ ସ୍ୱଛତା ବୃଦ୍ଧି କରିବାରେ ଏହା ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୦୬ଜଣ ଜୁନିଅର ଇଞ୍ଜିନିୟର ଜଳସମ୍ପଦ ବିଭାଗରେ ଯୋଗ ଦେଇଛନ୍ତି। ରାଜ୍ୟ ଷ୍ଟାଫ୍‌ ସିଲେକ୍ସନ କମିଶନ ଦ୍ୱାରା ସେମାନେ ଏଥିଲାଗି ମନୋନୀତ ହୋଇଛନ୍ତି। ନବନିଯୁକ୍ତ ଇଞ୍ଜନିୟର ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ 5-ଟି ଅଭିଯୋଗକୁ ତ୍ୱରାନ୍ଵିତ କରିବା ଲାଗି ଏମାନେ ନିଜର ଦକ୍ଷତା ବୃଦ୍ଧି କରିବା ଉଚିତ୍‌। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜଳସମ୍ପଦ ବିଭାଗର ୩୦ଟି ଇନଷ୍ଟ୍ରିମ ଷ୍ଟୋରେଜ ନିର୍ମାଣକୁ ହାତକୁ ନେଇଥିବାବେଳେ ବିଭିନ୍ନ ନଦୀରେ ଆଉ ୧୬ଟି ପ୍ରକଳ୍ପ ପାଇପଲାଇନ୍‌ରେ ରହିଛି। ଏହାଦ୍ୱାରା ଜଳସଞ୍ଚୟ ହେବା ସହ ଗ୍ରାମାଞ୍ଚଳରେ ଜଳଯୋଗାଣରେ ସହାୟକ ହେବ ଏବଂ ଭୂତଳ ଜଳସ୍ତର ବୃଦ୍ଧି ପାଇବ। ୫ଟି ସଚିବ ଭି.କେ ପାଣ୍ଡିଆନ ନବନିଯୁକ୍ତ ଯୁବ ଇଞ୍ଜିନିୟରମାନଙ୍କ ସହ କଥାବାର୍ତ୍ତା କରିବା ସହ ଯୋଗ୍ୟତା ଭିତ୍ତିରେ ସେମାନେ ସଂପୂର୍ଣ୍ଣ ବିଶ୍ୱସନୀୟତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ବିନା ଭୟ ଓ ପକ୍ଷପାଚରେ କାର୍ଯ୍ୟ କରିବାକୁ କହିଥିଲେ।

Spread the love