ମୀରାବାଈ ଚାନୁ ହେବେ ଅତିରିକ୍ତ ଏସ୍‌ପି

ଅଲିମ୍ପିକ ରୌପ୍ୟ ପଦକ ବିଜେତା ମୀରାବାଈ ଚାନୁଙ୍କୁ ମିଳିବ ପୋଲିସ ଚାକିରି। ଚାନୁଙ୍କୁ ଅତିରିକ୍ତ ଏସ୍‌ପି ଭାବେ ନିଯୁକ୍ତ ଦେବାକୁ ମଣିପୁର ସରକାର ନିଷ୍ପତ୍ତି ନେଇଛନ୍ତି। ମଣିପୁର ପୋଲିସରେ ଅତିରିକ୍ତ ଏସ୍‌ପି(କ୍ରୀଡା) ଭାବେ ତାଙ୍କୁ ନିଯୁକ୍ତ କରାଯିବ। ସୋମବାର ଏହାର ଘୋଷଣା କରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ।

ସିଂହ କହିଛନ୍ତି, ମୀରାବାଈଙ୍କୁ ପୁରସ୍କାର ରାଶି ଭାବେ ଏକ କୋଟି ଟଙ୍କା ଦିଆଯିବ। ଏହା ଅତିରିକ୍ତ ତାଙ୍କୁ ପୋଲିସରେ ଅତିରିକ୍ତ ଏସ୍‌ପି(କ୍ରୀଡା) ଭାବେ ତାଙ୍କୁ ନିଯୁକ୍ତ ଦିଆଯିବ। ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ, ସୁଶୀଲା ଦେବୀଙ୍କ ପଦନ୍ନୋତି କରାଯାଇ କନଷ୍ଟେବଳରୁ ସବ ଇନ୍ସପେକ୍ଟର କରାଯିବ। ଟୋକିଓ ଅଲିମ୍ପିକରେ ପ୍ରଥମ ଥର ଅଂଶଗ୍ରହଣ କରି ଦ୍ଵିତୀୟ ରାଉଣ୍ଡରେ ପରାଜିତ ହୋଇଥିବା ଖଣ୍ଡାଧାରୀ ସୁଶୀଳା ଦେବୀଙ୍କୁ ପୁରସ୍କାର ରାଶି ଭାବେ ୨୫ ଲକ୍ଷ ଟଙ୍କା ଦିଆଯିବ।

ମୀରାବାଇ ଟୋକିଓ ଅଲିମ୍ପିକରେ ଭାରତ ପକ୍ଷରୁ ପ୍ରଥମ ଅଲିମ୍ପିକ ପଦକ ଜିତିଛନ୍ତି। ସେ ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତି ଭାରତକୁ ଗୌରାବାନ୍ଵିତ କରିଥିଲେ। ହେଲେ ମୀରାବାଈ ଚାନୁଙ୍କୁ ମିଳିପାରେ ସ୍ଵର୍ଣ୍ଣ ପଦକ । ସ୍ଵର୍ଣ୍ଣ ପଦକ ବିଜୟିନୀ ଝିହୁଇ ହୋଙ୍କର ହେବ ଆଣ୍ଟି ଡୋପିଂ ଟେଷ୍ଟ । ରିପୋର୍ଟ ପଜିଟିଭ ଆସିଲେ ଚାନୁଙ୍କୁ ମିଳିବ ସ୍ବର୍ଣ୍ଣ ପଦକ । ଏନେଇ ଜାତୀୟ ଗଣମାଧ୍ୟମ ଏଏନ୍‌ଆଇରେ ଖବର ପ୍ରକାଶ ପାଇଛି ।

ଚାଇନାର ଭାରୋତ୍ତୋଳକ ଜିହୁଇ ହୋ ଯିଏକି ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିଲେ । ହେଲେ ସେ ଏବେ ଆଣ୍ଟି ଡୋପିଂ ଟେଷ୍ଟର ସମ୍ମୁଖୀନ ହୋଇପାରନ୍ତି । ଯଦି ସେ ପରୀକ୍ଷାରେ ବିଫଳ ହୁଅନ୍ତି, ତେବେ ନିୟମ ଅନୁଯାୟୀ ଭାରତର ମିରବାଇ ଚାନୁଙ୍କୁ ସ୍ୱର୍ଣ୍ଣ ପ୍ରଦାନ କରାଯିବ । ଗତ ଶନିବାର ଝି ହୁଇ ୨୧୦ କିଲୋଗ୍ରାମ ଭାରତ୍ତୋଳନରେ ସୁନା ଜିତି ଅଲିମ୍ପିକ୍ସରେ ନୂତନ ରେକର୍ଡ ସୃଷ୍ଟି କରିଥିଲେ ।

Spread the love