ତ୍ରିପୁରା: ବାହୁଡ଼ାରେ ରଥରେ ଲାଗିଲା କରେଣ୍ଟ୍‌, ଜଳିଗଲେ ୬ ଶ୍ରଦ୍ଧାଳୁ; ୧୫ ଗୁରୁତର

ତ୍ରିପୁରାର ଉନାକୋଟି ଜିଲ୍ଲାରେ ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଉତ୍ସବ ବେଳେ ବଡ଼ ଦୁର୍ଘଟଣା ଘଟିଛି। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ରଥରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଏ ସମ୍ପର୍କରେ ସୂଚନା ଦେଇ କହିଛି ଯେ କୁମାରଘାଟ ଅଞ୍ଚଳରେ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ବାହୁଡ଼ା ଯାତ୍ରା ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ପୋଲିସ ମୁତାବକ, ଉତ୍ସବରେ ବହୁ ସଂଖ୍ୟକ ଲୋକ ଉତ୍ସାହର ସହିତ ରଥ ଟାଣୁଥିଲେ। ଏହି ରଥ ଲୁହାରେ ତିଆରି ହୋଇଥିଲା। ରଥ ଟଣା ଶୋଭାଯାତ୍ରା ବେଳେ ରଥ ହଠାତ୍ ୧୩୩ କେଭି ଓଭରହେଡ୍ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲା, ଯାହାଫଳରେ ସେଥିରେ ନିଆଁ ଲାଗିଯାଇଥିଲା।

ସୂଚନା ଅନୁସାରେ, ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଆହତ ୧୫ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି।

Spread the love