ଆଜି ରଥକାଠ ଚିରଟର ଶୁଭ ଅନୁକୂଳ

ପୁରୀ: ଆଜି ପବିତ୍ର ଶ୍ରୀରାମ ନବମୀ ଅବସରରେ ଶ୍ରୀରାମ ମନ୍ଦିରରେ ଭକ୍ତଙ୍କର ବେଶ୍ ଭିଡ ଜମିଛି । ପବିତ୍ର ରାମନବମୀ ଅବସରରେ ରଥକାଠ ଚିରଟର ଶୁଭ ଅନୁକୂଳ ହେବାର ପରମ୍ପରା ରହିଛି । ଏଥିପାଇଁ ଏକ ୬ ଜଣିଆ ଟିମ୍ ଶ୍ରୀମନ୍ଦିରରୁ ଲାଗି ମାଳ, ମହାପ୍ରସାଦ ଓ ଲୁଗା ନେଇ କଟକ ଅଭିମୁଖେ ଯାତ୍ରା କରିବେ।କାରଣ କଟକ ଖପୁରିଆ ସ୍ଥିତ ସ’ ମିଲରେ ଆଜିର ପବିତ୍ର ରାମନବମୀ ତିଥିରେ ମାଳ ମହାପ୍ରସାଦ ଲାଗି ପରେ ରଥକାଠ ଚିରଟ କାର୍ଯ୍ୟ ଆରମ୍ଭ ହେବ । ରଥ ତତ୍ତ୍ୱବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ଏହି ଟିମ୍ କଟକରେ ପହଞ୍ଚି ଚିରଟ ପ୍ରକ୍ରିୟାର ଅନୁକୂଳ କରିବେ । ପ୍ରାଥମିକ ପର୍ଯ୍ୟାୟରେ ୩ଟି ଧଉରା କାଠକୁ ଆଜିର ଦିନରେ ମାଳ ମହାପ୍ରସାଦ ଲାଗି କରାଯାଇ ଚିରଟ କାର୍ଯ୍ୟ ଆରମ୍ଭ ହେବ । ଗତ ସରସ୍ୱତୀ ପୂଜାରେ ରଥକାଠ ପୂଜାର୍ଚ୍ଚନା କରାଯାଇଥିବା ବେଳେ, ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ହେବାର ବିଧି ପରମ୍ପରା ରହିଛି ।

Spread the love