ଛେନା କେସରୀ

ଆବଶ୍ୟକ ସାମଗ୍ରୀ

  • ଅଧା ଲିଟର କ୍ଷୀର
  • ଏକ ଛୋଟ ଚାମଚ ଲେମ୍ବୁ ରସ
  • ଚିନି ସ୍ୱାଦାନୁସାରେ
  • କେସର ଗୋଟେ ଚିମୁଟାଏ
  • ଅଧା ଗିନା କିସମିସ ଏବଂ କଟା କାଜୁ
  • ଫୁଡ କଲର ଅଳ୍ପ
  • କିଛି ବାଦାମ ସଜାଇବା ପାଇଁ

ପ୍ରସ୍ତୁତି ପ୍ରଣାଳୀ

ଏକ ପାତ୍ରରେ କ୍ଷୀରକୁ ମିଡିୟମ ଆଞ୍ଚରେ ଫୁଟାନ୍ତୁ। ଥରେ ଫୁଟି ଆସିଲେ ଏଥିରେ ଲେମ୍ବୁ ରସ ଏବଂ ଚିନି ପକାଇ ଦିଅନ୍ତୁ। କ୍ଷୀର ଛିଡିବା ପରେ ଭଲଭାବେ ଚଲାନ୍ତୁ। ଏବେ ଏଥିରେ କେସର ପକାନ୍ତୁ ଏବଂ କ୍ଷୀରକୁ ସେତେ ପର୍ଯ୍ୟନ୍ତ ଚଲାନ୍ତୁ ଯେତେ ପର୍ଯ୍ୟନ୍ତ ଏଥିରେ ପାଣି ନସୁଖିଛି। ବଳକା ଗାଢ଼ କ୍ଷୀରକୁ ଭଲଭାବେ ଫେଣ୍ଟି ଦିଅନ୍ତୁ। ଏହାପରେ କିସମିସ୍‌ ଏବଂ କଟା ହୋଇଥିବା କାଜୁକୁ ମିଶାଇ ଆଞ୍ଚ ବନ୍ଦ କରିଦିଅନ୍ତୁ। ଥଣ୍ଡା ହେବା ପରେ ଏହାକୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଫ୍ରିଜରେ ରଖିଦିଅନ୍ତୁ। କେସର ଏବଂ କିସମିସରେ ସଜାଇ ଏହାକୁ ସର୍ଭ କରନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କ ଛେନା କେସରୀ।

Spread the love