ବିଭିନ୍ନ ବ୍ୟାଙ୍କ ସୁରକ୍ଷା ଯାଞ୍ଚ କଲା ପୋଲିସ, ସନ୍ଦିଗ୍ଧ ଦେଖିଲେ ଜଣାଇବାକୁ ପରାମର୍ଶ

ଖଲ୍ଲିକୋଟ, ୧୬/୧୧:  ଆଜିକାଲି ବିଭିନ୍ନ ବ୍ୟାଙ୍କ ମାନଙ୍କରେ ସୁରକ୍ଷା ଢିଲା ଥିବାରୁ ବିଭିନ୍ନ ସ୍ଥାନରେ ଅଘଟଣ ଘଟୁଛି । କିପରି ସୁରକ୍ଷା ବ୍ୟବସ୍ଥା କରାଯାଇଛି ସେନେଇ ଗାଞ୍ଜାମ ଜିଲ୍ଲା ଛତ୍ରପୁର ପୋଲିସ ପକ୍ଷରୁ ସହରରେ ଥିବା ବ୍ୟାଙ୍କ ଗୁଡିକର ସୁରକ୍ଷା ବ୍ୟବସ୍ଥା ଯାଂଚ କରାଯାଇଛି । ବ୍ୟାଙ୍କ ଗୁଡିକ ଉପଯୁକ୍ତ ସ୍ଥାନରେ ସିସିଟିଭି ଲଗାଇବା, ଠିକ ସମୟରେ ସାଇରନ ବାଜିବା ସହ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଶାଖା ପରିଚାଳକଙ୍କ ସମେତ ନିୟୋଜିତ ଥିବା ସୁରକ୍ଷାକର୍ମୀଙ୍କ ସହ ଆଲୋଚନା କରିଥିଲେ।

ଏପରିକି କୌଣସି ସନ୍ଦିଗ୍ଧ ବ୍ୟକ୍ତିକୁ ବ୍ୟାଙ୍କ ପରିସରରେ ଦେଖିଲେ ତୁରନ୍ତ ଥାନାକୁ ଅବଗତ କରାଇବାକୁ କୁହାଯାଇଥିଲା। ଗ୍ରାହକମାନଙ୍କୁ ମଧ୍ୟ ପଚାରି ବୁଝିଥିଲେ ଥାନା ଅଧିକାରୀ । ପରେ ପୋଲିସ ଦଳ ଛତ୍ରପୁର ସ୍ଥିତ ଆରଟିଓ କାର୍ଯ୍ୟ।ଳୟ ନିକଟରେ ଗଢି ଉଠିଥିବା ଦୋକାନ ଗୁଡିକରେ ମଧ୍ୟ ଚଢାଉ କରିଥିଲେ। ପୋଲିସ ଏହି ଚଢାଉ ସମୟରେ ବହୁ ଦଲାଲ ଭୟରେ ଫେରାର ହୋଇଯାଇଥିଲେ।

Spread the love