ବ୍ରଏଲର ଚିକେନ ସ୍ୱାସ୍ଥ୍ୟ ପାଇଁ ହାନିକାରକ

ମାଂସାହାରୀ ଭୋଜନ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ଅଟେ। ଚିକେନ ସମସ୍ତ ଆବଶ୍ୟକ ପୋଷକ ତତ୍ୱକୁ ପୁର୍ଣ କରିଥାଏ। ଚିକେନ୍ ରେ ପ୍ରୋଟିନ , କ୍ୟାଲସିଅମ , ଅମିନ ଏସିଡ , ଭିଟାମିନ ବି – ୩ , ବକମିନ ବି – ୬ ଇତ୍ୟାଦି ରହିଛି । ସମସ୍ତ ପ୍ରକାରର ଚିକେନ ସ୍ୱାସ୍ଥ୍ୟ ପାଇଁ ହିତକର ନୁହେ। ବିଶେଷ କରି ବ୍ରଏଲର ଚିକେନ ମାନବ ସ୍ୱାସ୍ଥ୍ୟ ପାଇଁ ବିପଦ ପୁର୍ଣ ଅଟେ।ବ୍ରଏଲର କୁକୁଡ଼ା ମାନଙ୍କୁ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ଖାଇବାକୁ ଦିଆ ଯାଉଛି  ତାହା କୁକୁଡ଼ାର ଓଜନକୁ ବଢ଼ାଇ ଦେଇ ଥାଏ , କିନ୍ତୁ ମଣିଷ ଶରୀର ପାଇଁ ହାନିକାରକ ଅଟେ।ଏହାକୁ ଆମେ ନିୟମିତ ଭାବରେ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ।ଯଥା-

କର୍କଟ ରୋଗ ହେବାର ସମ୍ଭାବନା -ଗୋଟିଏ ଗବେଷଣାରୁ ଜଣ ପଡିଛି ଯେ ଉଚ୍ଚ ତାପମାତ୍ରାରେ ରୋଷେଇ ହୋଇଥିବା ବ୍ରଏଲର ଚିକେନ ଖାଇବା ଦ୍ୱାରା କର୍କଟ ରୋଗ ହେବାର ସମ୍ଭାବନା ରହିଛି । ଖାସକରି ପୁରୁଷ ମାନଙ୍କ ପାଖରେ ପୋଷ୍ଟରେଟ କର୍କଟ ରୋଗ ହେବାର ସମ୍ଭାବନା ଅଧିକ ଦେଖା ଦେଇଥାଏ।

ଜୀବାଣୁ ଦାୟକ -ଅଧିକାଂଶ ସ୍ଥାନରେ ବ୍ରଏଲର ଚିକେନ କୁ ଅଧିକ ସମୟ ଧରି ମରା ଯାଇ ରଖାଯାଇ ଥାଏ,  ଅଧିକ ସମୟ ମରା ହୋଇ ରହିବା ଦ୍ୱାରା ଜୀବାଣୁ ଗ୍ରାସିତ ହୋଇଯାଏ।

ସିଗାରେଟ ଠାରୁ ଭୟଙ୍କର -ତନ୍ଦୁରି ଚିକେନ ଖାଇବା ସ୍ୱାସ୍ଥ୍ୟ ପାଇଁ ଅଧିକ କ୍ଷତିକାରକ କାରଣ ଏହାକୁ ଅଧିକ ସମୟ ଗ୍ରୀଲ୍ଳେଡ଼ କରାଯାଇଥାଏ। ବ୍ରଏଲର ଚିକେନ ରେ ପ୍ରୋଟିନ ରହିଥିବା କାରଣରୁ ଅଧିକ ତାପମାତ୍ରାରେ ପୋଡ଼ାଯିବା ଦ୍ୱାରା ଏହା ୬୦ ସିଗାରେଟ ସହିତ ସମାନ ହୋଇଥାଏ।

ସ୍ୱାସ୍ଥ୍ୟ ପାଇଁ ଅସୁବିଧା – ନିୟମିତ ବ୍ରଏଲର ଚିକେନ ଖାଇବା ଦ୍ୱାରା ମୋଟାପଣ , ଉଚ୍ଚ ରକ୍ତଚାପ ,ହୃତପିଣ୍ଡ ସମସ୍ୟା ,ଇତ୍ୟାଦି ଦେଖାଯାଏ।

 ଭୟଙ୍କର ରାସାୟନିକ ସାମଗ୍ରୀ – ବ୍ରଏଲର ଚିକେନ ର ଓଜନ ବଢାଇବା ପାଇଁ ହାନିକାରକ ରାସାୟନିକ ପଦାର୍ଥ , ଆଣ୍ଟିବାୟୋଟିକ ଇତ୍ୟାଦି ଇଂଜେକ୍ଟ କରାଯାଇ ଥାଏ। ଏହାକୁ ଖାଇବା ଦ୍ୱାରା ଭୟଙ୍କର ରୋଗ ପ୍ରଭାବିତ କରିଥାଏ।

ଅଧିକ ମାତ୍ରାରେ ଆଣ୍ଟି ବାୟୋଟିକ ରୋଗକୁ ଅଟକାଇବା ପାଇଁ ଓ ଦ୍ରୁତ ଗତିରେ ଓଜନ ବଢାଇବା ପାଇଁ ବ୍ରଏଲର କୁକୁଡ଼ାକୁ ଆଣ୍ଟି ବାୟୋଟିକ ଇଞ୍ଜେକ୍ସନ ଦିଆଯାଇଥାଏ,ତେଣୁ ଏହା ମଣିଷ ଶରୀର ପାଇଁ ହାନିକାରକ।

ପୁରୁଷ ବାଞ୍ଝପନ – ପୁରୁଷ ବାଞ୍ଝପନର ସମସ୍ୟା ଆଜିକାଲି ଅଧିକ ଦେଖିବାକୁ ମିଳୁଛି।ଗବେଷକ ମାନଙ୍କ ମତରେ ବ୍ରଏଲର ଚିକେନ୍ ରେ ରହିଥିବା ରସାୟନ ପୁରୁଷ ମାନଙ୍କର ସ୍ପମକୁ ନଷ୍ଟକରୀ ନପୁଂସକ କରିଥାଏ।

ଏହାର ସମାଧାନ ପାଇଁ କ୍ୟାଲସିୟମ ଆବଶ୍ୟକତା ରହିଥିଲେ ଆମେ ମାଛ ଖାଇପାରିବ।ମାଛରେ କ୍ୟାଲସିୟମକୁ ଛାଡି ଅନ୍ୟ ପୋଷାକ ତତ୍ୱ ରହିଛି ନଚେତ ଅର୍ଗାନିକ କୁକୁଡ଼ା ମଧ୍ୟ ଖାଇପାରିବ।

Spread the love