ସୁପ୍ରିମକୋର୍ଟର ପ୍ରଧାନବିଚାରପତିଙ୍କ ବିରୋଧରେ ଜୌନ ନିର୍ଯ୍ୟାତନା ଅଭିଯୋଗ !

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ କରିଛନ୍ତି ଜଣେ 35ବର୍ଷୀୟ ମହିଳା। ବର୍ତ୍ତମାନର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ  ଉକ୍ତ ମହିଳାଙ୍କୁ ଜୌନ ନିର୍ଯ୍ୟାତନା ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ  ସେ 22ଜଣ ଜଜଙ୍କୁ ଜଣାଇଥିବା ଜଣାପଡିଛି । ମହିଳା ଜଣକ ଜୁନିୟର କୋର୍ଟର ଜଣେ ଆସିଷ୍ଟାଣ୍ଟ ଭାବେ କାମ  କରୁଥିଲେ । 2018 ଅକ୍ଟୋବର ମାସରେ ଏହି ଘଟଣା ଘଟିଥିବା ସେ ଅଭିଯୋଗ କରିଛନ୍ତି ।  ମହିଳା ଜଣକ କହିଛନ୍ତି ଯେ ପ୍ରଧାନବିଚାରପତି ରଞ୍ଜନ ଗୋଗୋଇ ତାଙ୍କୁ ବାହୁ ବନ୍ଧନରେ ଆବଦ୍ଧକରି  ଦେହର ବିଭିନ୍ନ ଅଙ୍ଗକୁ ଛୁଇଁବାକୁ ଚେଷ୍ଟା କରିଥିଲେ । ମୁକୁଳିବାକୁ ଚେଷ୍ଟା କରିଥିଲେ ବି ସେ ଛାଡି ନଥିଲେ । ଏବଂ ସେ କହିଥିଲେ ମୋତେ ଭିଡିଧର।

ପ୍ରକାଶ ଥାଉକି ଉକ୍ତ ମହିଳା ଜଣକ 2018 ଅଗଷ୍ଟ ମାସରେ ଚାକିରିରେ ନିଯୁକ୍ତି ପାଇଥିଲେ । ଏବଂ ଡିସେମ୍ବର 21 ତାରିଖରେ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା । କାରଣ ପଚାରିବାରୁ ମାତ୍ର ଗୋଟିଏ ଦିନ ଅନୁମତି ବିନା ଛୁଟି ନେଇଥିବାରୁ ଚାକିରିରୁ ବାହାର କରାଯାଇଛି ବୋଲି କୁହାଯାଇଥିଲା । ଏବାବଦରେ ମହିଳାଙ୍କ ସ୍ୱାମୀ ପୋଲିସକୁ ଜଣାଇବା ସହ ସୁପ୍ରିମକୋର୍ଟର ଅନ୍ୟ ଜଜ ମାନଙ୍କୁ ଜଣାଇଛନ୍ତି।

Spread the love