ଓଡ଼ିଶା-ଜାପାନ ସମ୍ପର୍କ ଆଲୋଚନାରେ କିଟ୍‌ ବିଶ୍ୱବିଦ୍ୟାଳୟର ଉଦାହରଣ ଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା-ଜାପାନ ସମ୍ପର୍କ ଆଲୋଚନା ସମୟରେ କିଟ୍‌ ବିଶ୍ୱବିଦ୍ୟାଳୟର ଉଦାହରଣ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କ୍ୟୋଟୋର ଦୋସିସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ନିକଟରେ ଛାତ୍ର ପ୍ରତିବଦଳ କାର୍ଯ୍ୟକ୍ରମରେ କିଟ୍‌ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି ଉଦାହରଣ ଦେଇ ଏପରି ସହଭାଗିତା ସୁଯୋଗର ସନ୍ଧାନ ନେଇ ସମସ୍ତଙ୍କୁ ଆହ୍ଵାନ କରିଥିଲେ ମୁଖ୍ୟମନ୍ତ୍ରୀ। ଜାପାନରେ କିଟ୍‌ ଓ ଦୋସିସା ବିଶ୍ୱବିଦ୍ୟାଳୟର ଛାତ୍ର ପ୍ରତିବଦଳ କାର୍ଯ୍ୟକ୍ରମ ବାବଦରେ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି କିଟ୍‌ କର୍ତ୍ତୃପକ୍ଷ।

Spread the love