କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୭.୬୨ କୋଟି

ମହାମାରୀ କରୋନା ବ୍ୟାବିପାରେ ଲାଗିଛି। ପ୍ରତିଦିନ ୧୦ ହଜାର ପାଖାପାଖି ଲୋକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭.୬୨ କୋଟି ମଞ୍ଜୁର କରିଛନ୍ତି। ଏହି ଅର୍ଥ ରାଜ୍ୟରେ କୋଭିଡ୍‌ ପରିଚାଳନା କରିବାରେ ଖର୍ଚ୍ଚ ହେବ।

ଆଜି ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା ଅର୍ଥ ଭିତରେ ପୁରୀ ପାଇଁ ୨ କୋଟି, ସୁବର୍ଣ୍ଣପୁର ପାଇଁ ୧ କୋଟି ଓ ସମ୍ବଲପୁର ପାଇଁ ୪ କୋଟି ୬୨ ଲକ୍ଷ ରହିଛି। ପୂର୍ବରୁ ପୁରୀ ପାଇଁ ୧୪ କୋଟି ୫୯ ଲକ୍ଷ ୭୪ ହଜାର ୪୦୮ ଟଙ୍କା ଘୋଷଣା ହୋଇଥିଲା। ଏବେ ଆଉ ୨ କୋଟିକୁ ମିଶାଇ ୧୬ କୋଟି ୫୯ ଲକ୍ଷ ୭୪ ହଜାର ୪୦୮ରେ ପହଞ୍ଚିଛି ସହାୟତା ରାଶି।

Spread the love