କ୍ରୀଡା କ୍ଷେତ୍ରରେ କିଟ ରଚିବ ଇତିହାସ, ପ୍ରତିଭାଙ୍କ ନାମରେ କିଟରେ କ୍ରୀଡ଼ା ଭିତ୍ତିଭୂମି ଓ ଷ୍ଟାଡିୟମ୍‍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କିସ୍‍ ବିଶ୍ୱବିଦ୍ୟାଳୟ ୨ୟ କ୍ୟାମ୍ପସ୍‍ ତଥା କିସ୍‍-ଭୁବନେଶ୍ୱରର ୪ର୍ଥ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦଘାଟନ କରିଛନ୍ତି । ଏଥିସହ ଭାରତର ବିଶିଷ୍ଟ କ୍ରୀଡ଼ା ପ୍ରତିଭା ଓ ବ୍ୟକ୍ତିବିଶେଷଙ୍କ ନାମରେ ନାମିତ କିଟ୍‍ ବିଭିନ୍ନ ଷ୍ଟାଡିୟମ୍‍ ଓ ଭିତ୍ତିଭୂମିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲୋକାର୍ପଣ କରିଥିଲେ। ପୂର୍ବରୁ କିସ୍‍-ଭୁବନେଶ୍ୱର ଓ କିସ୍‍ ବିଶ୍ୱବିଦ୍ୟାଳୟର ବୃହତ କ୍ୟାମ୍ପସ୍‍ ଥିବା ବେଳେ ଏବେ ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କିସ୍‍ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। କିସ୍ ବିଶ୍ୱବିଦ୍ୟାଳୟର ଏହି ମେଗା କ୍ୟାମ୍ପସ୍‌ରେ ଆକାଡ଼େମିକ୍ ବିଲଡିଙ୍ଗ, ବୃହତ ଲାଇବ୍ରେରୀ, ୩ ହଜାର ଛାତ୍ର ରହିବା ଭଳି ଛାତ୍ରାବାସ, ୩ ହଜାର ଛାତ୍ରୀ ରହିବା ଭଳି ଛାତ୍ରୀନିବାସର ବ୍ୟବସ୍ଥା ରହିଛି। ପୂର୍ବରୁ ମଧ୍ୟ ଏଠାରେ ଥିବା ଛାତ୍ରାବାସରେ ୩ ହଜାର ଛାତ୍ର ଓ ଛାତ୍ରୀନିବାସରେ ୩ ହଜାର ଛାତ୍ରୀ ରହୁଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ବିଏମସି ମେୟର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି କିଟ କ୍ୟାମ୍ପସ ୧୩ରେ ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁ ପଟ୍ଟନାୟକ ବହୁ ଉପଯୋଗୀ ଇଣ୍ଡୋର ଷ୍ଟାଡ଼ିୟମ ଓ କିଟ୍ କ୍ରିକେଟ ଷ୍ଟାଡ଼ିୟମ, ଦିଲିପ ତିର୍କୀ ହକି ଷ୍ଟାଡିୟମ୍‍, ଅଭିନବ ବିନ୍ଦ୍ରା ଇନ୍‍-ଡୋର ସୁଟିଂ ରେଞ୍ଜ, ରାହୁଳ ବୋଷ ରଗ୍‍ବୀ ଷ୍ଟାଡିଅମ୍‍, ଦେବାଶିଷ ଓ ଶିବ ସୁନ୍ଦର ଷ୍ଟାଣ୍ଡ, ବିଶ୍ୱନାଥନ୍‍ ଆନନ୍ଦ ଇଣ୍ଟରନ୍ୟାସ୍‍ନାଲ୍‍ ଚେସ୍‍ ହଲ୍‍, ଲିଆଣ୍ଡର ଚେସ୍‍ ଟେନିସ୍‍ ଷ୍ଟାଡିଅମ୍‍, ଦୂତି ଚାନ୍ଦ ଆଥଲେଟିକ୍‍ ଷ୍ଟାଡିୟମ୍‍, ଅମିୟ ମଲ୍ଲିକ୍‍ ଆଥଲେଟିକ୍‍ ଷ୍ଟାଣ୍ଡ, ଶ୍ରାବଣୀ ନନ୍ଦ ଷ୍ଟାଣ୍ଡ, ମିନତୀ ମହାପାତ୍ର ସାଇକ୍ଲିଂ ଭେଲୋଡ୍ରୋମ୍‍, ପ୍ରମୋଦ ଭଗତ ବ୍ୟାଡ୍‍ମିଣ୍ଟନ୍‍ ଇନ୍‍-ଡୋର ହଲ୍‍, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଫୁଟ୍‍ବଲ୍‍ ଷ୍ଟାଡିୟମକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ। ଏଥିରେ ପଦ୍ମଶ୍ରୀ ଦିଲିପ ତୀର୍କି, ଦୂତି ଚାନ୍ଦ, ଦେବାଶିଷ ମହାନ୍ତି, ରାହୁଳ ବୋଷ, ଲିଆଣ୍ଡର ପେସ, ଅମିୟ ମଲ୍ଲିକ, ମିନତି ମହାପାତ୍ର, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ରାଜ୍ୟ ସରକାରଙ୍କ କ୍ରୀଡା ସଚିବ ଆର ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରାବଣୀ ନନ୍ଦ, ପ୍ରମୋଦ ଭଗତ, ଅଭିନବ ବିନ୍ଦ୍ରା ଭର୍ଚୁଆଲରେ ଯୋଗ ଦେଇଥିଲେ।

Spread the love