୧୬୫୦ କୋଟି ଟଙ୍କାର ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ପ୍ରାୟ ୪୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

୧୬୫୦ କୋଟି ଟଙ୍କାର ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ୨ଟି ପ୍ରକଳ୍ପର ଉଦ୍‌ଘାଟନ ହୋଇଥିବା ବେଳେ ୧୭ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ଏଥିରେ ରହିଛି, ପ୍ଲାଷ୍ଟିକ, ସି ଫୁଡ୍‌ ପ୍ରୋସେସିଂ, ମ୍ୟାନୁଫେକ୍‌ଚରିଂ, ପର୍ଯ୍ୟଟନ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ ଇଲେକ୍ଟ୍ରୋନିକ୍‌ସ ସିଷ୍ଟମ ଡିଜାଇନ ଆଣ୍ଡ ମ୍ୟାନୁଫେକ୍‌ଚରିଂ, ରିଫ୍ରାକ୍ଟୋରୀ, ଆଗ୍ରୋ, ଫୁଡ୍‌ ପ୍ରୋସେସିଂ, ଫାର୍ମାସ୍ୟୁଟିକାଲ ଏବଂ ଷ୍ଟିଲ ଡାଉନ୍‌ଷ୍ଟ୍ରିମ୍‌ ଇଣ୍ଡଷ୍ଟ୍ରି। ଏଥିରୁ ପ୍ରାୟ ୪୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ଲାଷ୍ଟିକ ସେକ୍ଟରରେ ୨ଟି ପ୍ରକଳ୍ପର ଉଦ୍‌ଘାଟନ ହୋଇଛି। କଟକରେ ସୁପ୍ରିମ ଇଣ୍ଡଷ୍ଟ୍ରିଜ୍‌ ଓ ଆଶୀର୍ବାଦ ପାଇପ ଇଣ୍ଡଷ୍ଟ୍ରିଜ୍‌ର୍‌ ଉଦ୍‌ଘାଟନ ହୋଇଛି। ଫୁଡ୍‌ ପ୍ରୋସେସିଂ ସେକ୍ଟରରେ ୬ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ଏଥିରେ ୮୦୩ କୋଟି ଟଙ୍କାର ନିବେଶ ହେବ। ସେହିପରି ମ୍ୟାନୁଫେକ୍‌ରିଂ କ୍ଷେତ୍ରରେ ୩ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ଏହି ତିନିଟି ଶିଳ୍ପରେ ନିବେଶ ହେବ ୨୯୩ କୋଟି ଟଙ୍କା।

Spread the love