କାଲିଠୁ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

କାଲିଠୁ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣ । ରାଜ୍ୟର ସବୁଠୁ ବଡ଼ ନିବେଶ ମହାକୁମ୍ଭକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ସଂସ୍କରଣ। ଏଥିପାଇଁ ଭୁବନେଶ୍ୱର ଜନତା ମୈଦାନରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ଯୋଗ ଦେବେ ବହୁ ବିଶିଷ୍ଟ ଶିଳ୍ପପତି । ରାଜ୍ୟରୁ ଆସିବ ନିବେଶ, ମିଳିବ ରୋଜଗାର । ବହୁ ବିଶିଷ୍ଟ ଶିଳ୍ପପତି ମେକ୍‌ ଇନ୍‌ କନକ୍ଲେଭରେ ଯୋଗ ଦେବେ । ସେମାନଙ୍କ ହୋଟେଲରେ ରହିବା ଠାରୁ ଆରମ୍ଭ କରି ମେକ ଇନ୍‌ ଓଡ଼ିଶାରେ ଯୋଗ ଦେବା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୧୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ସହ ୨୧୩ଜଣ ପୋଲିସ ଅଧିକାରୀ ମୁତୟନ କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି। ପୂର୍ବରୁ ବିଦେଶ ସହ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଳୁରୁ ଏବଂ ହାଇଦ୍ରାବାଦରେ ରୋଡ ସୋର ଆୟୋଜନ କରି ରାଜ୍ୟ ସରକାର ଉଦ୍ୟୋଗପତି ମାନଙ୍କୁ ରାଜ୍ୟକୁ ଆମନ୍ତ୍ରଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିବେଶକ ମାନଙ୍କୁ କହିଥିଲେ ଯେ, ଶିଳ୍ପ କ୍ଷେତ୍ରରେ ନୂଆ ସମ୍ପର୍କ ଗଢା ହେବ ଏବଂ ପୁରୁଣା ସମ୍ପର୍କକୁ ମଜଭୁତ କରାଯିବ। ରାଜ୍ୟରେ ସବୁ ପ୍ରକାର ସୁବିଧା ରହିଛି। ଶିଳ୍ପାୟନକୁ ପ୍ରୋତ୍ସାହନ ଦେଇ ରାଜ୍ୟ ସରକାର ୨୦୧୬ ପରଠାରୁ ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀର ଆୟୋଜନ କରିଆସୁଛନ୍ତି ।

Spread the love