ସିଭିଲ ସର୍ଭିସ ଡେରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା, ଶାସନର ଫୋକସରେ ନାଗରିକ ରହିବା ଜରୁରୀ

ଦେଶ ଗଠନର ମୌଳିକ ଉପାଦନ ନାଗରିକ। ତେଣୁ ଶାସନର ଫୋକସରେ ନାଗରିକ ରହିବା ଜରୁରୀ। ଆମ ସରକାରଙ୍କ ଲକ୍ଷ୍ୟ ପାରଦର୍ଶିତା ଭିତ୍ତିରେ ନାଗରିକଙ୍କ କଲ୍ୟାଣକୁ ପ୍ରୋତ୍ସାହନ ଦେବା। ସିଭିଲ ସର୍ଭିସ ଡେ ପାଳନ ଅବସରରେ ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରୂପାନ୍ତରିତ ଶାସନକୁ ଗୁରୁତ୍ୱ ଦିଆଯାଉଛି। ଯାହାର ଉଦ୍ଦେଶ୍ୟ, ସମସ୍ୟାର ଲକ୍ଷଣ ନୁହଁ ବଂର ମୂଳକୁ ଯାଇ ବ୍ୟବସ୍ଥା ଓ ସମାଜରେ ପରିବର୍ତ୍ତନ ଆଣିବା।
ଉଭୟ ବ୍ୟବହାର ଓ ନୂଆ ପ୍ରଯୁକ୍ତିବିଦ୍ୟା ଆପଣାଇବାରେ ଓଡ଼ିଶା ସିଭିଲ ସର୍ଭିସେସ୍‌ ଆଭିମୁଖ୍ୟରେ ଉନ୍ନତି ଆସିଛି। ଶାସନ ପ୍ରତି ଲୋକଙ୍କ ପ୍ରକୃତ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଫାଇଭ ଟି ଅଭିଯାନ ଓ ମୋ ସରକାର କାର୍ଯ୍ୟ କରୁଛି। ସିଭିଲ ସର୍ଭିସେସ୍‌ ପାରମ୍ପରିକ ଭାବେ ଉପରୁ-ତଳ କ୍ରମରେ କାର୍ଯ୍ୟକରେ। କିନ୍ତୁ ଏହା ଏବେ ନାଗରିକ କୈନ୍ଦ୍ରିକ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

Spread the love