କୋଟିଆ ଯିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର

ଜୟପୁର : ଆଜି କୋଟିଆ ଗସ୍ତରେ ଯିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସେଠାକାର ଥାନା,ଡାକ୍ତରଖାନା ସହ ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ପାଇଁ ସରକାରଙ୍କ ତରଫରୁ ଚାଲିଥିବା ଅନେକ ପ୍ରକଳ୍ପ ବୁଲିଦେଖିବେ।

ତେବେ କୋଟିଆ ଗସ୍ତ ପୂର୍ବରୁ ମୁଖ୍ୟ ଶାସନ ସଚିବ ଦେଓମାଳୀ ଯିବେ । କୋଟିଆ ଗସ୍ତ ସାରି ନକ୍ସଲ ପ୍ରବଣ ନାରାୟଣପାଟଣା ଓ ବନ୍ଧୁଗାଁ ବି ଯାଇ ଅନେକ ପ୍ରକଳ୍ପର ସମୀକ୍ଷା କରିବେ । କୋଟିଆକୁ ପଛୁଆ ଦର୍ଶାଇ ପଡୋଶୀ ଆନ୍ଧ୍ର ପାର୍ବତୀପୁରମ ଜିଲ୍ଲାରେ ଏହାକୁ ନିକଟରେ ସାମିଲ କରିଛି । ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ କୋଟିଆ ପାଇଁ ୧୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ଅନେକ ପ୍ରକଳ୍ପ କାମ ନିର୍ମାଣ ସରିଛି।ତେବେ କୋଟିଆ ଛାତ୍ରଛାତ୍ରୀ ଆନ୍ଧ୍ର ମୁହାଁ ହେଉଥିବାରୁ କୋଟିଆ ପଂଚାୟତ ପାଇଁ ସ୍ବତନ୍ତ୍ର ଭାବେ ରାଜ୍ୟ ସରକାର ଆଦର୍ଶ ବିଦ୍ୟାଳୟ ନିର୍ମାଣ କରୁଛନ୍ତି । ଏଠାରେ ଛାତ୍ରଛାତ୍ରୀ ମାନେ ଖୁବଶୀଘ୍ର ଇଂରାଜୀ ମାଧ୍ୟମରେ ସିବିଏସସି ବୋର୍ଡର ପାଠ୍ୟକ୍ରମ ପଢିବେ । ତେଣୁ ଏହି ଆଦର୍ଶ ବିଦ୍ୟାଳୟର ସ୍ଥିତି ଓ ଅଗ୍ରଗତି ଅନୁଧ୍ୟାନ କରିବେ ମୁଖ୍ୟ ଶାସନ ସଚିବ।

Spread the love