ସୁନ୍ଦରଗଡ଼ ଗସ୍ତରେ ମୁଖ୍ୟ ସଚିବ ଓ ଫାଇଭ ଟି ସଚିବ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଗସ୍ତରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ତାଙ୍କ ସହ ଅଛନ୍ତି ଫାଇଭ ଟି ସଚିବ ଭି କେ ପାଣ୍ଡିଆନ୍‌ । ଝାରସୁଗୁଡା ବିମାନ ବନ୍ଦରରେ ପହଁଚିବା ପରେ ସୁନ୍ଦରଗଡ଼ ଯିବେ । ଏହି ଗସ୍ତ ସମୟରେ କୁଣ୍ଡୁକେଲା ଗ୍ରୀଡ୍‌ ସବଷ୍ଟେସନ, ଭେଡାବାହାଲ କୋଲ କରିଡର ପ୍ରୋଜେକ୍ଟ ଗସ୍ତ କରିବେ । ଭବାନୀପୁର ଅଙ୍ଗନବାଡ଼ି କେନ୍ଦ୍ର ଓ କିଞ୍ଜିର୍ମା ସରକାରୀ ହାଇସ୍କୁଲ ଯିବାର କାର୍ଯ୍ୟକ୍ରମ ରହିଛି । NTPC ମେଡିକାଲ କଲେଜ ଓ ହସପିଟାଲ ବୁଲି ଦେଖିବେ ମୁଖ୍ୟ ସଚିବ । ଏହାସହ ଚାଲୁଥିବା ପ୍ରୋଜେକ୍ଟର ସମୀକ୍ଷା କରିବେ । ସାଙ୍ଗରେ ଅଛନ୍ତି NHM ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ୍‌ କ୍ରିଷ୍ଣା ।

Spread the love