ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟ ଶାସନ ସଚିବ ଓ ୫-T ସଚିବ

ସମ୍ୱଲପୁର ୨୧/୦୩ : ଆଜି ସମ୍ବଲପୁର ଗସ୍ତରେ ଯିବେ ୫-T ସଚିବ ଭିକେ ପାଣ୍ଡିଆନ । ସେ ଆଜି ସମ୍ବଲପୁର ଆସି ସମଲେଇ ପ୍ରୋଜେକ୍ଟର ସମୀକ୍ଷା କରିବେ ।

ଆଜିର ଏହି ଗସ୍ତରେ ତାଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୂର୍ତ୍ତ ସଚିବ ଭିଭି ଯାଦବ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସେକ୍ରେଟାରୀ ଆର ଭିନିଲକ୍ରିଷ୍ଣା ସାମିଲ ଅଛନ୍ତି । ସମଲେଇ ମନ୍ଦିର ବୁଲିବା ସହ ମନ୍ଦିର ପୂଜକ, ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିବେ । ପ୍ରଥମେ ଜମାଦାରପାଲି ଏୟାରଷ୍ଟ୍ରିପରେ ଓହ୍ଲାଇବା ପରେ ମନ୍ଦିର ପହଂଚିବେ । ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Spread the love