ଗର୍ଭପାତ ବଟିକା ଖାଇ ନାବାଳିକା ଗୁରୁତର :ଅଭିଯୁକ୍ତ ଅଟକ

ପୁଣି ପ୍ରେମରେ ପ୍ରତାରଣା ପାଇଛନ୍ତି ନାବାଳିକା। ଏହି ଘଟଣା ଘଟିଛି ବୁର୍ଲା ସହରରେ । ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ଅନ୍ତଃସତ୍ତ୍ୱା କରିବ ଏବଂ ଗର୍ଭପାତ  କରାଇବା ପାଇଁ ଔଷଧ ଦେବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଛି ।

ସୂଚନାନୁସାରେ ବୁର୍ଲାର ଜଣେ ୧୬ ବର୍ଷିୟା ନାବାଳିକା ସହିତ ୱାନଆର କଲୋନିର ତଥା ଭିମସାର ହସପିଟାଲର ଏକଜିକ୍ୟୁଟିଭ ସୁରକ୍ଷା ସଂସ୍ଥାର କାର୍ଯ୍ୟରତ ସୁରକ୍ଷା କର୍ମୀ ରୋଶନ ସିନ୍ଦ୍ରିଆ (୨୪)ଙ୍କ ପ୍ରେମ ସମ୍ପର୍କ ଥିଲା । ବିବାହ ପ୍ରତିଶ୍ରୁତି ଦେଇ ସେ ସମ୍ପୃକ୍ତ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା । ଇତିମଧ୍ୟରେ ଉକ୍ତ ନାବାଳିକା ଜଣକ ଦୁଇମାସର ଅନ୍ତଃସତ୍ତ୍ୱା ଥିବା ଜାଣି ଗର୍ଭପାତ କରାଇବା ପାଇଁ ନାବାଳିକାଙ୍କୁ ଔଷଧ ଦେଇଥିଲା । ଔଷଧ ଖାଇବା ପରେ ଅତ୍ୟଧିକ ରକ୍ତସ୍ରାବ ହେବାରୁ ନାବାଳିକାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ତାଙ୍କୁ ବୁର୍ଲା ମେଡ଼ିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରାଯାଇଛି । ଘଟଣା ନେଇ ବୁର୍ଲା ଥାନାରେ ଗତକାଲି ମାମଲା ରୁଜୁ ହେବା ପରେ ବୁର୍ଲା ପୁଲିସ ରୋଶନକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ରୋଶନ ଭିମସାର ହସପିଟାଲର କର୍ମଚରୀ ସଂଘ ନେତା ଶିବକୁମାର ସିନ୍ଦ୍ରିଆଙ୍କ ପୁଅ ବୋଲି ଥାନା ସୂତ୍ରରୁ ପ୍ରକାଶ ମିଳିଛି । ବୁର୍ଲା ଥାନା ପକ୍ଷରୁ ଅଧିକାରୀ ଭିମସାର ସ୍ତ୍ରୀ ଓ ପ୍ରସୂତି ବିଭାଗକୁ ଯାଇ ନାବାଳିକାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହିତ ନାବାଳିକାର ବୟାନ  ନେଇଥିବା ଜଣାପଡ଼ିଛି ।

Spread the love