ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର

କେନ୍ଦୁଝର ୨୩।୧୦: ଶିଶୁକନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର ହୋଇଛି । କେନ୍ଦୁଝର ଜିଲ୍ଲା ସଦର ଥାନା ହଳଦିଆଗୁଣା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗାଁ ମୁଣ୍ଡ ଏକ ବାଡିରୁ ଶିଶୁର ମୃତଦେହ ମିଳିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗତ ୨୦ତାରିଖରେ କେନ୍ଦୁଝର ଜିଲ୍ଲା ସଦର ଥାନା ହଳଦିଆଗୁଣା ଗାଁର ଶିଶୁ କନ୍ୟା ଲକ୍ଷ୍ମୀ ପୂଜା ଅବସରରେ ହେଉଥିବା ଝୁମର ନାଚ ଦେଖିବାକୁ ଯାଇଥିଲା । ସେବେଠାରୁ ଶୁଶୁକନ୍ୟାଟି ନିଖୋଜ ହୋଇଯାଇଥିଲା । ତେବେ ଶନିବାର ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟଲୋକ । ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଶିଶୁଟିକୁ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ସଦର ଥାନା ପୋଲିସ ।

Spread the love