ଫଟୋ ଆମର ଭାବନା ଆପଣଙ୍କର…

ଓଦା ହେଉଛ ଭଗବାନ ମୋ ଛତା ତଳକୁ ପଳାଇ ଆସ । ଯେତେ ବର୍ଷା ହେଲେ ବି ଆମେ ଗୋଟିଏ ଛତା ତଳେ ଏକାଠି ରହିଥିବା । କିଛି ଅସୁବିଧା ହେବନି । ମୁଁ ପଛେ ଏହି ବର୍ଷାରେ ଭିଜିବି ତମକୁ ଭିଜାଇବାକୁ ଦେବିନି । ମୋର ତ ମା ଅଛି ଓଦା ହୋଇ ଯଦି ଦେହ ଖରାପ ହୁଏ ତାହାଲେ ଔଷଧ ଦେବ କିନ୍ତୁ ତମର କିଏ ଅଛି ଭଗବାନ । ଏମିତି କିଛି କଥା ବୁଝାଇ ଦେଉଛି ଏହି ଫଟୋ । ବର୍ଷାବେଳେ ସମସ୍ତେ ନିଜ ନିଜ ଛତା ଓ ରେନିକୋର୍ଟରେ ଛିଡା ହୋଇଥିଲେ । ଠିକ ଏତିକି ବେଳେ ଏକ ଛୋଟ ପିଲା ଠାକୁରଙ୍କୁ ଛତା ଦେଖାଇଥିବା ଫଟୋ ସ୍ମୃତି ଇରାନୀଙ୍କ ଅଜରକୁ ଆସିଥିଲା । ଏହି ଫଟୋକୁ ସ୍ମୃତି ଇରାନୀ ଇଷ୍ଟାଗ୍ରାମରେ ସେୟାର କରିଥିଲେ । ଏହି ଫଟୋରେ ଛୋଟ ଛୁଆଟି କୃଷ୍ଣଙ୍କ ମୂର୍ତ୍ତିକୁ ଜଣେ ଜୀବନ୍ତ ଦେବତା ଭାବି ଦେଇଛି। ଭଗବାନ କାଳେ ବର୍ଷାରେ ଭିଜି ଯିବେ ତେଣୁ ସେ ନିଜ ମୁଣ୍ଡରୁ ଛତା କାଢ଼ି ନେଇ ଠାକୁରଙ୍କ ମୁଣ୍ଡରେ ଦେଖାଇଛି। ଫଟୋରେ ଛୁଆଟିର ମୁହଁରୁ ଜଣାପଡ଼ୁଛି ଯେ ସେ ଭାରି ଚିନ୍ତିତ ଅଛି। ଏମିତି କି ତା ନିଜ ପାଦରେ ବି ଚପଲ ନାହିଁ। କିନ୍ତୁ ନିଜ କଥା ନ ଭାବି ଛୁଆଟି ଦୀର୍ଘ ସମୟ ଯାଏଁ ଛତା ଧରି ଠିଆ ହୋଇଥିଲା।
କେହି ଜଣେ ଏହି ସୁନ୍ଦର ଦୃଶ୍ୟକୁ କ୍ୟାମେରାରେ କଏଦ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏବେ ଯାଏଁ ଏହି ଫଟୋରେ ୫୩ ହଜାରରୁ ଅଧିକ ଲୋକ ଲାଇକ୍ କରିଥିବା ବେଳେ ୫୦୦ ରୁ ଊର୍ଦ୍ଧ୍ୱ ଲୋକ କମେଣ୍ଟ କରିଛନ୍ତି।

Spread the love