ମଙ୍ଗଳବାର ଚିଲିକାରେ ଆରମ୍ଭ ହେବ ପକ୍ଷୀ ଗଣନା

ଟାଙ୍ଗୀ,୦୨/୦୧:  ଦୁଇ ଦିନ ପରେ ଟିଲିକାରେ ଆରମ୍ଭ ହେବ ପକ୍ଷୀ ଗଣନା । ଆସନ୍ତା ୪ ତାରିଖରେ ପକ୍ଷୀ ଗଣନା ଆରମ୍ଭ ହେବ । ଏହାପୂର୍ବରୁ ସୋମବାର ଗଣନାକାରୀ ଟିମ୍ ଗୁଡିକୁ ଟ୍ରେନିଂ ପ୍ରଦାନ କରାଯିବ ।

ସମଗ୍ର ଚିଲିକା ତଥା ବନ୍ୟପ୍ରାଣୀ ବିଭାଗ ବାଲୁଗାଁ ଡିଭିଜନର ୫ ରେଞ୍ଜ ଏରିଆରେ ଏହି ପକ୍ଷୀ ଗଣନା କାର୍ଯ୍ୟ ହେବ । ପ୍ରତିବର୍ଷ ପରି ଚଳିତ ବର୍ଷ ଚିଲିକାକୁ କେତେ ସଂଖ୍ୟକ ଦେଶୀ-ବିଦେଶୀ ପକ୍ଷୀ ଆଗମନ କରିଛନ୍ତି ସେନେଇ ଜଣାପଡିବ । ଏହି ଗଣନା ସରକାରୀ ଭାବେ କରାଯିବ ।

ଆସନ୍ତା ୪  ତାରିଖ ସକାଳ ୬ ଘଟିକା ଠାରୁ ୧୧ ଘଟିକା ପର୍ଯ୍ୟନ୍ତ ଏହି ପକ୍ଷୀ ଗଣନା କାର୍ଯ୍ୟ ଜାରି ରହିବ ବୋଲି ସୂଚନା ମିଳିଛି ।

Spread the love