ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବାଣପୁର କୋର୍ଟରୁ ମିଳିଲା ନିୟମିତ ଜାମିନ୍

ଟାଙ୍ଗୀ ୪।୮: ନିୟମିତ ଜାମିନ ପାଇଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ପୂର୍ବରୁ ସୁପ୍ରିମକୋର୍ଟ ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲା । ହେଲେ ବାଣପୁର କୋର୍ଟରେ ଓକିଲମାନଙ୍କ ଧର୍ମଘଟ ଚାଲିଥିବାରୁ ନିୟମିତ ଜାମିନ ପାଇପାରି ନଥିଲେ ।  ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁଯାୟୀ ବିଧାୟକ PR  ବଣ୍ଡ ରେ ବାଣପୁର ଜେଲରୁ ଜାମିନ ପାଇଥିଲେ ।  ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବାଣପୁର JMFC  କୋର୍ଟରେ ହାଜର ହୋଇ ଗୁରୁବାର ନିୟମିତ ଜାମିନ ପାଇଛନ୍ତି । ଦୁଇ ଗୋଟି ଜାମିନଦାର ଓ ୩୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକା ବଦଳରେ ଜାମିନ ପାଇଛନ୍ତି ବିଧାୟକ। ଅନ୍ୟପଟେ ଏହି ମାମଲାରେ ବାଣପୁର JMFC କୋର୍ଟରୁ ଭୁବନେଶ୍ବର ADJ -3  କୋର୍ଟକୁ ସ୍ଥାନାନ୍ତରିତ ହୋଇଥିବା ବାଣପୁର JMFC କୋର୍ଟ ସରକାରୀ ଓକିଲ ପ୍ରାଚୀ ପ୍ରଭା ନନ୍ଦ ସୂଚନା ଦେଇଛନ୍ତି ।

Spread the love