ଚୀନ୍ ଓ ପାକିସ୍ତାନ ସେନା ସହ ଭାରତୀୟ ସେନା ପାଳିଲା ନବବର୍ଷ, ସୀମାରେ ବଣ୍ଟାଗଲା ମିଠା

ନୂଆଦିଲ୍ଲୀ ୦୨/୦୧: ୨୦୨୨ ବର୍ଷ ଆରମ୍ଭରୁ ସାରା ଦେଶରେ କୋଭିଡ କଟକଣାରେ ପାଳନ ହୋଇଛି ନବବର୍ଷ । ବିଭିନ୍ନ ସ୍ଥାନରେ ଅନଲାରେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରାଯାଇଛି । ଏହି ଅବସରରେ ପାକିସ୍ତାନ ଓ ଚୀନ୍ ସେନାଙ୍କୁ ମିଠା ବାଣ୍ଟି ଶୁଭେଚ୍ଛା ଜଣାଇଛି ଭାରତୀୟ ସେନା । ବର୍ଷ ଆରମ୍ଭରୁ ପ୍ରଥମ ଦିନରେ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ ।

ଦୀର୍ଘ ବିବାଦ ମଧ୍ୟରେ ନିୟନ୍ତ୍ରଣ ରେଖାରେ ଭାରତୀୟ ସେନା ଏବଂ ଚୀନର ପିପୁଲ୍ସ ଲିବରେସନ ଆର୍ମିର ଯବାନମାନେ ପରସ୍ପରକୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଜାମ୍ମୁ କାଶ୍ମୀରର ପୁଞ୍ଚ୍ ଜିଲ୍ଲାରେ ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସେନା ଓ ଭାରତୀୟ ସେନା ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ମିଠାର ଆଦାନ ପ୍ରଦାନ କରିଥିଲେ।

ସୀମାରେ ଚାଲିଥିବା ସଙ୍ଘର୍ଷ ବିରାମରେ ପୂର୍ଣ୍ଣଛେଦ ପକାଇବା ଏବଂ ପରସ୍ପର ସହ ସଦଭାବନା ରକ୍ଷା କରିବା ହେଉଛି ଭାରତର ମୂଳ ଉଦ୍ଦେଶ୍ୟ । ଭାରତୀୟ ଏବଂ ଚୀନ୍ ସେନ୍ୟବାହିନୀ ପୂର୍ବ ଲଦାଖ ଠାରୁ ସିକ୍କିମ୍ ଓ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଦଶଟି ସ୍ଥାନରେ ମିଠା ବାଣ୍ଟିଥିଲେ । ଏହି ସାଇଟଗୁଡିକ ମଧ୍ୟରେ କେ.କେ ପାସ୍, ଦୌଲାତ ବେଗ୍ ଓଲିଡି, ଡିବିଓ, ବଟଲେନେକ୍, କନକାଲା, ଚୁସୁଲ୍ ମଲଡୋ, ଡେମୋକକ୍ ହଟ୍ସପ୍ରିଙ୍ଗ୍, ନାଥୁଲା, କଙ୍ଗ୍ରାଲା, ବମ୍ ଲା, ଏବଂ ୱାଚା ଦାମାଇ ଅନ୍ୟତମ ।

୨୦୨୦ ରେ, ଗଲୱାନ ଘଟଣାରେ ଭାରତ ୨୦ ଜଣ ସୈନିକଙ୍କୁ ହରାଇଥିବାବେଳେ ଚୀନ୍ ଚାରିଜଣ ସୈନିକଙ୍କ ମୃତ୍ୟୁକୁ ନିଶ୍ଚିତ କରିଥିଲା । ଅନେକ ରାଉଣ୍ଡ ସାମରିକ ଏବଂ କୂଟନୈତିକ ଆଲୋଚନା ସରିଛି । ପୈଙ୍ଗଙ୍ଗ ହ୍ରଦ ଏବଂ ଗୋଗ୍ରା ଭଳି କେତେକ ସ୍ଥାନ ଅସନ୍ତୋଷ ଦେଖାଦେଇଛି, ତଥାପି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଅନ୍ୟପକ୍ଷରେ, ଜାମ୍ମୁ କାଶ୍ମୀର ସୀମାରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନର ଆସନ୍ତା ମାସରେ ଗୋଟିଏ ବର୍ଷ ପୂରଣ ହେବାପରେ ଶନିବାର ଦିନ ଉଭୟ ଦେଶର ସୈନିକମାନେ ନୂତନ ବର୍ଷ ପାଳନ କରିଥିଲେ । ପରସ୍ପରକୁ ମିଠା ଖୁଆଇ ପାଳିଥିଲେ ନବବର୍ଷ ।

Spread the love