ମିଳିତ ସମରାଭ୍ୟାସ ପାଇଁ ଋଷକୁ ସେନା ପଠାଇବ ଚୀନ

ବେଜିଂ: ଋଷ ସହ ସମରାଭ୍ୟାସ କରିବ ଚୀନ। ଏଥିପାଇଁ ଚାଇନା ଋଷକୁ ସେନା ପଠାଇବା ବୋଲି ସୂଚନା ମିଳିଛି। ଋଷରେ ଭାରତ, ବେଲାରୁସ ଏବଂ ତାଜିକିସ୍ତାନ ସହ ମିଶି ମିଳିତ ସମରାଭ୍ୟାସ କରିବ ଚୀନ ଆର୍ମି। ଏନେଇ ବୁଧବାର ଚୀନ ପ୍ରତିରକ୍ଷାମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବର୍ତ୍ତମାନର ଅନ୍ତର୍ଜାତୀୟ ସ୍ଥିତି ସହ ଚୀନର ସେନା ସମରାଭ୍ୟାସ ସହିତ କୌଣସି ସମ୍ପର୍କ ନାହିଁ ବୋଲି ଚୀନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।

ଦୁଇ ଦେଶ ମଧ୍ୟରେ ଚାଲୁଥିବା ଦ୍ୱିପାଖିକ ବାର୍ଷିକ ସହଯୋଗ ନୀତି ଅନୁସାରେ ଏହି ସମରାଭ୍ୟାସ ହେବ ବୋଲି ଚୀନ କହିଛି। ନିକଟରେ ମଧ୍ୟ ଋଷ ନେତୃତ୍ୱରେ ହୋଇଥିବା ସମରାଭ୍ୟାସରେ ଚୀନ ଭାଗ ନେଇଛି। ତେଣୁ ଏହି ସମରାଭ୍ୟାସ ବୁଝାମଣା ଅନୁସାରେ ହେଉଛି ବୋଲି କୁହାଯାଉଛି।  

ଏନେଇ ଚୀନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି “ ଏହି ସମରାଭ୍ୟାସର ଉଦ୍ଦେଶ୍ୟ ହେଲା ଏଥିରେ ଭାଗ ନେବାକୁ ଯାଉଥିବା ଦେଶଗୁଡ଼ିକର ଆର୍ମି ସହ ଆମ ସେନାର ସମ୍ପର୍କ ମିତ୍ରାତାପୂର୍ଣ୍ଣ କରିବା ତା ସହ ଭାଗ ନେଇଥିବା ଆର୍ମିମାନଙ୍କ ସହ ରଣନୈତିକ ସହଯୋଗ ସହ ସୁରକ୍ଷା ଚେତାବାନୀକୁ କଡ଼ା ଜବାବ ଦେବା ଏହାର ଲକ୍ଷ୍ୟ।”

Spread the love