କାଶ୍ମୀରରେ ଜି-୨୦ ବୈଠକରେ ଯୋଗ ଦେବେନି ଚୀନ୍‌, ତୁର୍କୀ

ନୂଆଦିଲ୍ଲୀ : ଆସନ୍ତା ୨୨ ତାରିଖରେ କାଶ୍ମୀରରେ ଜି-୨୦ ଟୁରିଜିମ ସମ୍ମିଳନୀ ଅଛି। ଧାରା ୩୭୦ ଉଚ୍ଛେଦ ହେବାପରେ କାଶ୍ମୀରରେ ଏହା ସବୁଠାରୁ ବଡ଼ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ। ତେବେ ଶ୍ରୀନଗରରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ବୈଠକରେ ଚୀନ୍‌ ଏବଂ ତୁର୍କୀ ଯୋଗ ଦେବେନି ବୋଲି ଜଣାପଡ଼ିଛି। ‌ସେହିପରି ଅନ୍ୟ ରାଷ୍ଟ୍ରରୁ ବି କମ୍‌ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି। ମେ’ ୨୨-୨୪ ପର୍ଯ୍ୟନ୍ତ ଏହି ବୈଠକ ହେବ। ଜି-୨୦ ବୈଠକ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଜମ୍ମୁ କାଶ୍ମୀର ଏବଂ ଲଦାଖରେ ଜି-୨୦ ବୈଠକକୁ ପାକିସ୍ତାନ ବିରୋଧ କରିଛି। ଗତ ମାର୍ଚ୍ଚରେ ଅରୁଣାଚଳ ପ୍ରଦେଶରେ ହୋଇଥିବା ଜି-୨୦ ବୈଠକରେ ବି ଚୀନ୍‌ ଯୋଗ ଦେଇନଥିଲା। ତେବେ ଶ୍ରୀନଗରରେ ଜି-୨୦ ବୈଠକକୁ ପାକିସ୍ତାନ ବିରୋଧ କରୁଥିବାରୁ ଚୀନ୍‌ ମଧ୍ୟ ଏହାକୁ ବିରୋଧ କରିଛି। ଅନ୍ୟପକ୍ଷେ ଭାରତର କାଶ୍ମୀର ନୀତିକୁ ଗତ କିଛି ବର୍ଷ ଧରି ତୁର୍କୀ ସମାଲୋଚନା କରି ଆସୁଛି।

Spread the love