ଚୀନ୍‌ରେ ବିଶ୍ୱର ସବୁଠାରୁ ଲମ୍ବା ଏକ୍ସପ୍ରେସ୍‌ୱେ ସୁଡଙ୍ଗ ଲୋକାର୍ପିତ

ବେଜିଂ : ଚୀନ ବିଶ୍ୱର ସବୁଠାରୁ ଲମ୍ବା ଏକ୍ସପ୍ରେସୱେ ସୁଡଙ୍ଗ ଉଦଘାଟନ କରିଛି । ଜିନଜିଆଙ୍ଗର ଉଇଗୁର ସ୍ୱୟଂ ଶାସିତ ଅଞ୍ଚଳରେ ୨୨.୧୩ କିମି ଲମ୍ବା ଏକ୍ସପ୍ରେସୱେ ସୁଡଙ୍ଗ ଖୋଲିଛି । ଏହାକୁ ବିଶ୍ୱର ସବୁଠାରୁ ଲମ୍ବା ସୁଡଙ୍ଗ ବୋଲି କୁହାଯାଇଛି । ଏହା ଦ୍ୱାରା ଦୁର୍ଗମ ତିଆନଶାହା ପର୍ବତମାଳାରେ ଯାତ୍ରା ସମୟକୁ ଯଥେଷ୍ଟ ହ୍ରାସ କରିଛି । ଏହି ସୁଡଙ୍ଗ ନର୍ମାଣରେ ବିଶ୍ୱସ୍ତରୀୟ ମାନଦଣ୍ଡକୁ ଅନୁସରଣ କରାଯାଇଛି ବୋଲି ଚୀନର ଯୋଗାଯୋଗ ନିର୍ମାଣ କମ୍ବାନୀର ଅଧ୍ୟକ୍ଷ ସୋଙ୍ଗ ହାଇଲିଆଙ୍ଗ କହିଛନ୍ତି । ଏହା ଶୁକ୍ରବାର ଦିନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି । ଉତ୍ତର ଓ ଦକ୍ଷିଣ ଜିିନ୍‌ଜିଆଙ୍ଗ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକୁ ଏହି ସୁଡଙ୍ଗ ଯୋଗ କରୁଛି । ଏହା ଏକ ପ୍ରମୁଖ ଧମନୀ ଭାବେ କାର୍ଯ୍ୟ କରିବା ପାଇଁ ଡିଜାଇନ୍ କରାଯାଇଛି । ତିିଆନଶାନ ପର୍ବତମାଳଳ କେନ୍ଦ୍ରୀୟ ଜିନଜିଆଙ୍ଗରେ ପ୍ରାୟ ୨,୫୦୦ କିମି ପର୍ଯ୍ୟନ୍ତ ବ୍ୟାପୀଛି । ଏହି ନୂଆ ଏକ୍ସପ୍ରେସୱେ ସୁଡଙ୍ଗ ଖୋଲିବା ସହ ଉରୁମକି ଓ କୋରଲା ମଧ୍ୟରେ ଯାତ୍ରା ପ୍ରାୟ ୭ ଘଣ୍ଟାରୁ ୩ ଘଣ୍ଟାକୁ ହ୍ରାସ ପାଇଛି ।

Spread the love