ଚୀନକୁ ଚେକ୍ ଦେବାକୁ ଆମେରିକାର ଯୋଜନା

ଭାରତ-ଚୀନ୍ ମଧ୍ୟରେ ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ବିବାଦର ସମାଧାନ ହୋଇନାହିଁ। ଉଭୟ ଦେଶ ସୀମାରେ ସେନା ମୁତୟନ କରୁଛନ୍ତି। ଏଯାବତ ଦୁଇ ଦେଶ ମଧ୍ୟରେ ବିବାଦ ଥମିନାହିଁ। ଖାଲି ଭାରତ ନୁହେଁ ଚୀନ୍ ଏବେ ଅନ୍ୟ ଏସିଆ ଦେଶ ଉପରେ ମଧ୍ୟ ନଜର ରଖିଥିବା ସୂଚନା ରହିଛି। ଯାହାକୁ ଆମେରିକା ଏବେ ହୃଦବୋଧ କରିଛି। ଭାରତ ଏବଂ ଏସିଆ ମହାଦେଶର ଅନ୍ୟ ଦେଶକୁ ଚୀନର ବିପଦ ରହିଥିବା ଦେଖି ଆମେରିକା ଏବେ ଜର୍ମାନୀରୁ ନିଜ ସେନା ପ୍ରତ୍ୟାହାର କରିବା ଆରମ୍ଭ କରିଛି। ଭାରତ ସମେତ ଅନ୍ୟ ଏସିଆ ମହାଦେଶରେ ଆମେରିକା ଏବେ ସେନା ମୁତୟନ କରିବାକୁ ଯୋଜନା କରିଛି।

ଆମେରିକାର ଜର୍ମାନୀରୁ ସେନା ପ୍ରତ୍ୟାହାର  କରୁଥିବା ନେଇ ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଗଣମାଧ୍ୟମକୁ ସୂଚନା ଦେଇଥିଲା। ଏହାପରେ ସେନା ପ୍ରତ୍ୟାହାରର କାରଣ ପଚାରିଥିଲେ ଗଣମାଧ୍ୟମ ପ୍ରତିନିଧି। ଜବାବରେ ପୋମ୍ପିଓ କହିଥିଲେ, ଏସିଆ ମହାଦେଶର ଅନେକ ଦେଶ ପ୍ରତି ଚୀନର ବିପଦ ରହିଛି। ଏହାକୁ ନଜରରେ ରଖି ସମସ୍ତ ରଣନୀତି ବୁଝି ବିଚାରି ନିଆଯାଉଛି। ଭାରତ, ଭିଏତନାମା, ଇଣ୍ଡୋନେସିଆ, ମାଲେସିଆ, ଫିଲିପାଇନ୍ସ ଏବଂ ସାଉଥ ଚାଇନା ସମୁଦ୍ର ଉପରେ ଚୀନର ବିପଦ ରହିଛି। ଆମେରିକା ଏବେ ଏହି ସବୁ ସ୍ଥାନରେ ସେନା ମୁତୟନ କରି ଚୀନକୁ କଡ଼ା ଜବାବ ଦେଇପାରିବ ବୋଲି ସୁନିଶ୍ଚିତ କରିବାକୁ ଚାହୁଁଥିବା ସେ କହିଛନ୍ତି।ସେହିପରି ଗଲଓ୍ୱାନ ଉପତ୍ୟକାରେ ଭାରତ-ଚୀନ ସଂଘର୍ଷ ବାବଦରେ ଆମେରିକାର ନଜର ରହିଛି। ୟୁରୋପିଆନ୍ ସଂଘ ମଧ୍ୟ ଟୀନ ବାବଦରେ ଆଲୋଚନା ହେବ ବୋଲି ପୋମ୍ପିଓ କହିଛନ୍ତି। ତେବେ ଜର୍ମାନୀରୁ ଆମେରିକା ସେନା ପ୍ରତ୍ୟାହାର କରିବା ପରେ ୟୁରୋପିଆନ୍ ସଂଘ ଅସନ୍ତୋଷ ପ୍ରକାଶ କରିଛି।

Spread the love