ଚୀନର ପୂର୍ବତନ ରାଷ୍ଟ୍ରପତି ଜିୟାଙ୍ଗ ଜୋମିନଙ୍କ ଦେହାନ୍ତ

ବେଜିଂ: ଚୀନର ପୂର୍ବତନ ରାଷ୍ଟ୍ରପତି ଜିୟାଙ୍ଗ ଜୋମିନଙ୍କ ୯୬ ବର୍ଷ ବୟସରେ ପରଲୋକ ଘଟିଛି। ଜୋମିନ କ୍ଲୁକେନିଆ ରୋଗରେ ପୀଡିତ ଥିଲେ। ଏହି କାରଣରୁ ତାଙ୍କ ଶରୀର ଅଙ୍ଗ ଅକାମୀ ହୋଇ ଯାଇଥିଲା। ଦୀର୍ଘ ଦିନର ଚିକିତ୍ସାପରେ ବୁଧବାର ତାଙ୍କର ଦେହାନ୍ତ ଘଟିଛି।ଜିୟାଙ୍ଗ ଜୋମିନଙ୍କୁ ୧୯୮୯ରେ ଚୀନର ରାଷ୍ଟ୍ରପତି ଭାବେ ନିଯୁକ୍ତ କରାଯାଇଥିଲା। ଏନଓ୍ଵାଇଟିର ରିପୋର୍ଟ ଅନୁସାରେ ୧୯୯୩ରେ କ୍ଷମତା ହାସଲ ପରେ ସେ ପ୍ରାୟ ଏକ ଦଶନ୍ଧି ଧରି ଚୀନର ରାଷ୍ଟ୍ରପତି ରହିଥିଲେ। ଜିୟାଙ୍ଗ ନିଧନ ସେହି ସମୟରେ ଘଟିଛି ଯେଉଁଠି କୋଭିଡ୍ କଟକଣା କାରଣରୁ ଚୀନର ଅନେକ ଜାଗାରେ ପ୍ରବଳ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ଜିୟାଙ୍ଗଙ୍କ ଶାସନକାଳରେ ତିୟାନମେନ ସ୍କ୍ଵାୟରରେ କୌଣସି ବଡ ପ୍ରଦର୍ଶନ ହୋଇନଥିଲା।

ଜିୟାଙ୍ଗ ଜଣେ ପରିଶ୍ରମୀ ନେତା ଭାବେ ପରିଚିତ ଥିଲେ। ତାଙ୍କ ଅମଳରେ ଚୀନର କମ୍ୟୁନିଷ୍ଟ ପାର୍ଟି ଅଧିକ ସୁଦୃଢ ହୋଇଥିଲା। ତାଙ୍କ ନେତୃତ୍ଵରେ ଚୀନର ଅର୍ଥବ୍ୟବସ୍ଥା ମଜବୁତ ହୋଇଥିଲା। ଜିୟାଙ୍ଗ ୧୯୯୭ରେ ହଂକଂର ଶାନ୍ତିପୂର୍ଣ୍ଣ ହସ୍ତାନ୍ତରଣ ଏବଂ ୨୦୦୧ରେ ବିଶ୍ଵ ବାଣିଜ୍ୟ ସଂଗଠନରେ ଚୀନର ପ୍ରବେଶ କରାଇଥିଲେ। ଏଥିରେ ଦେଶର ଅର୍ଥବ୍ୟବସ୍ଥା ବିଶ୍ଵ ସମୁଦାୟ ସହ ଯୋଡିବାରେ ବେଶ ସହାୟକ ହୋଇଥିଲା।

Spread the love