ଅର୍ଥ ହେରଫେର ମାମଲା: ଚିଟ୍‌ଫଣ୍ଡ ସଂସ୍ଥାର ଦୁଇ ନିର୍ଦ୍ଦେଶକଙ୍କୁ ୭ ବର୍ଷ ଲେଖାଏଁ ଜେଲ

ଅର୍ଥ ହେରଫେର ମାମଲାରେ ଚିଟ୍‌ଫଣ୍ଡ କମ୍ପାନୀ ଶାସ୍ତ୍ର ଏଣ୍ଡରପ୍ରାଇଜର୍ସର ଦୁଇ ନିର୍ଦ୍ଦେଶକ ଓ ଦୁଇଜଣ କର୍ମଚାରୀଙ୍କୁ ଜେଲ ସହ ଜରିମାନା ଦଣ୍ଡାଦେଶ ଦେଲେ ବାଲେଶ୍ୱର ଓପିଆଇଡି କୋର୍ଟ। ଆଜି ମାମଲାର ଶୁଣାଣି କରାଯାଇ ଶାସ୍ତ୍ର ଏଣ୍ଡରପ୍ରାଇଜର୍ସର ପରିଚାଳନା ନିର୍ଦ୍ଦେଶକ ଭି. ସମ୍ପଥ ଏବଂ ବୋର୍ଡ ଅଫ୍‌ ଡାଇରେକ୍ଟର  ବି. ମଲ୍ଲିକାର୍ଜୁନ ରାଜୁଙ୍କୁ ୭ ବର୍ଷ ଲେଖାଏଁ ଜେଲ ସହ ୪ ଲକ୍ଷ ୨୧ ହଜାର ଟଙ୍କା ଲେଖାଏଁ ଜୋରିମାନା କରିଛନ୍ତି କୋର୍ଟ।

ସେହିପରି କମ୍ପାନୀର ଅନ୍ୟ ଦୁଇଜଣ କର୍ମଚାରୀ ସଦାଶିବ ନାୟକ ଓ ତପନ କୁମାର ବାରିକଙ୍କୁ ୩ବର୍ଷ ଲେଖାଏଁ ଜେଲ ଦଣ୍ଡ ସହ ୬୦ ହଜାର ଟଙ୍କା ଲେଖାଏଁ ଜୋରିମାନ କରାଯାଇଛି। ତେବେ ଏହି ମାମଲାରେ ଅଭିଯୁକ୍ତ ଥିବା ଡାକ୍ତର ପାର୍ଥ ସାରଥୀ ଜେନାଙ୍କୁ ନିର୍ଦ୍ଧୋଷରେ ଖଲାସ ହୋଇଛନ୍ତି।

Spread the love