ଚିତ୍ତରଞ୍ଜନଙ୍କ ମୃତ୍ୟୁକୁ ନେଇ ତନାଘନା, ପୁରୀରେ ୪ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍

ପୁରୀ: କେମିତି ହେଲା ବ୍ରହ୍ମଗିରି ସାନବନ୍ଧକେରାର ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ? ସସପେନ୍ସର ସତ ଖୋଜିବ କ୍ରାଇମବ୍ରାଞ୍ଚ । ଏନେଇ ପୁରୀ ପହଞ୍ଚିଛି ୪ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ । ଡିଏସପି ଶିଶିର କୁମାର ମିଶ୍ରଙ୍କ ନେତୃତ୍ୱରେ ଟିମ୍ ପୁରୀରେ ପହଞ୍ଚିଛି । ଆସନ୍ତାକାଲି ଘଟଣାସ୍ଥଳରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ ଟିମ୍ । ପୁରୀ ଗଡମୃଗଶିରା ବ୍ରିଜ୍ ନିକଟ ନୂଆନଈ ପଠାରୁ ଚିତ୍ତରଞ୍ଜନଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ଘଟଣାକୁ ୨ ଦିନ ବିତିଥିଲେ ବି ପୋଲିସର ହାତ ଖାଲି । ଘଟଣାରେ ସହଯୋଗୀ ଜଗନ୍ନାଥ ଷଡ଼ଙ୍ଗୀଙ୍କ ସମେତ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

 

ମାତ୍ର ଏବେବି ସନ୍ଦେହ ଘେରରେ ରହିଛି ମୃତ୍ୟୁ ମାମଲା । ଶନିବାର ରାତିରେ ସାଙ୍ଗ ଜଗନ୍ନାଥଙ୍କ ସହ ଭୋଜି କରିବାକୁ ଯାଇ ଆଉ ଫେରିନଥିଲେ ଚିତ୍ତରଞ୍ଜନ । ରବିବାର ଗଡମୃଗଶିରା ବ୍ରିଜ୍ ନିକଟରେ ରକ୍ତଛିଟା ଓ ତାଙ୍କ ଜୋତା, ମୋବାଇଲ ପଡ଼ିଥିବା ଦେଖି ବଢ଼ିଥିଲା ପୋଲିସର ସନ୍ଦେହ । ପରେ ସୋମବାର ସକାଳୁ ନୂଆନଈରୁ ଉଦ୍ଧାର ହୋଇଥିଲା ଚିତ୍ତରଞ୍ଜନଙ୍କ ମୃତଦେହ ।

Spread the love